Odisha Attracts Crore Investment Proposals: ଦିଲ୍ଲୀ ଇନଭେଷ୍ଟର୍ସ ମିଟ୍ରେ ବଡ଼ ସଫଳତା, ୫୪,୧୩୫ ନିଯୁକ୍ତି ସମ୍ଭାବନା
ସରିଲା ଦିଲ୍ଲୀ NCR ଆୟୋଜିତ ୨ଦିନିଆ ଇନଭେଷ୍ଟର୍ସ ମିଟ୍। ଆସିଲା ରାଜ୍ୟରେ ୬୬,୩୯୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ। ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାରେ ୬୬,୩୯୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆଣିଛନ୍ତି। ଏଥିପାଇଁ ମୋଟ ୩୮ଟି MoU ସ୍ୱାକ୍ଷରିତ ହୋଇଛି।ଏହାଦ୍ବାରା ରାଜ୍ୟରେ ୫୪ ହଜାର ୧୩୫ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ର ରହିଥିବା ବେଳେ ଏଥିରେ ବିପୁଳ ସୁଯୋଗ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନରେ ଗତକାଲି 'ଓଡ଼ିଶା ଫୁଡ୍ ପ୍ରୋ ୨୦୨୬'ର ବ୍ୟାପକ ସଫଳତା ପରେ ଆଜି ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ୱାନ୍-ଅନ୍-ୱାନ୍ ବୈଠକ କରିଥିଲେ। ୪୬ଟି ଉଚ୍ଚସ୍ତରୀୟ ବୈଠକରେ ମୋଟ ୨୦୮ଟି ଶିଳ୍ପ ସହ ଆଲୋଚନା କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ନୋଏଡ଼ାସ୍ଥିତ ଏକ ଘରୋଇ କମ୍ପାନୀର ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।