Odisha Bandh Tomorrow: ବନ୍ଦକୁ ନେଇ ରାଜ୍ୟରେ ପ୍ରଭାବ ଆଶଙ୍କା, କେଉଁ ସେବା ରହିବ ଖୋଲା?
ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନରେ ସାମିଲ ହୋଇପାରନ୍ତି CPI, CPI(M), CPI(ML), NCP, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଆରଜେଡି, JMM ଭଳି ଅଣବିଜେପି ଦଳ। ତା ପୂର୍ବରୁ ଆଜି AG ଛକରୁ ପଦଯାତ୍ରା କରିବେ ୯ଟି ପ୍ରମୁଖ ଦଳ। ବାଣୀ ବିହାର, ମାଷ୍ଟର୍ କ୍ୟାଣ୍ଟନ୍ ହୋଇ ପୁଣି AG ଛକରେ ପହଞ୍ଚିବ।
ବନ୍ଦ ପାଳନରେ ସବୁ ବର୍ଗର ଲୋକ ଓ ସାଧାରଣ ଜନତାଙ୍କୁ ସାମିଲ ହେବାକୁ ବି ଆହ୍ବାନ କରିଛି କଂଗ୍ରେସ। ଯାହାର ପ୍ରଭାବର ସାଧାରଣ ଜୀବନଯାତ୍ରା ଉପରେ ପଡ଼ିପାରେ। ...
ବନ୍ଦ ପାଳନ ବେଳେ ଗାଡ଼ି ମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଟ୍ରକ୍, ବସ୍, ଅଟୋ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦେଇଛି କଂଗ୍ରେସ। ସେହିପରି ବନ୍ଦ ରହିପାରେ ଦୋକାନ, ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କାର୍ଯ୍ୟ ପ୍ରଭାବିତ ହୋଇପାରେ। ପେଟ୍ରୋଲ ପମ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ...
ଅନ୍ୟପଟେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ। ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।