Two Friends Found Dead: ଗାଧୋଇବାକୁ ଯାଇ ଫେରିଲେନି, ବନ୍ଧରୁ ମିଳିଲା ଦୁଇ ସାଙ୍ଗଙ୍କ ମୃତଦେହ

Oct 07, 2026 - 15:48
Two Friends Found Dead: ଗାଧୋଇବାକୁ ଯାଇ ଫେରିଲେନି, ବନ୍ଧରୁ ମିଳିଲା ଦୁଇ ସାଙ୍ଗଙ୍କ ମୃତଦେହ

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତର ବଡ଼ନାୟକଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ। ଶାନ୍ତିନଗର ବନ୍ଧରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତ ନାବାଳିକା ଦ୍ୱୟ ହେଲେ ନୀଲୁ କାଡ୍ରାକା ଓ କାମି ତିଆକା। ଉଭୟ ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ। ସକାଳୁ ସ୍କୁଲ ଯିବା ପୂର୍ବରୁ ଦୁଇ ସାଙ୍ଗ ଶାନ୍ତିନଗର ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ।

ଗାଧୋଇବା ବେଳେ ଦୁହେଁ ଗଭୀର ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକେ ଦୁଇ ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ବନ୍ଧରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏହି ଘଟଣାକୁ ନେଇ ବଡ଼ନାୟକଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ
କଲ୍ୟାଣସିଂହପୁର ବଡ଼ନାୟକଗୁଡ଼ା ଗାଁରେ ଅଭାବନୀୟ ଘଟଣା
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଶାନ୍ତିନଗର ବନ୍ଧକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ
ବହୁ ଖୋଜାଖୋଜି ପରେ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର
କଲ୍ୟାଣସିଂହପୁର ପୋଲିସର ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।