Odisha Campus Elections Heat Up: ନିର୍ବାଚନ ତାରିଖ ପରେ କମ୍ପୁଛି କ୍ୟାଂପସ, ପ୍ରାର୍ଥୀ ଚୟନକୁ ନେଇ ବଢ଼ିଲା ଟେନସନ୍

Oct 06, 2026 - 20:28
Odisha Campus Elections Heat Up: ନିର୍ବାଚନ ତାରିଖ ପରେ କମ୍ପୁଛି କ୍ୟାଂପସ, ପ୍ରାର୍ଥୀ ଚୟନକୁ ନେଇ ବଢ଼ିଲା ଟେନସନ୍

କ୍ଲାସ୍ ରୁମ୍ ଠୁ କ୍ୟାଣ୍ଟିନ୍... ହଷ୍ଟେଲ୍ ଠୁ କ୍ୟାଂପସ୍ ର ଚା' ଖଟି। ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଛାତ୍ର ନେତା। ଏ ଚିତ୍ର ଉତ୍କଳ ବିଶ୍ବ ବିଦ୍ୟାଳୟର। ନେତା ବାଛିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କାହିଁରେ କଣ ଉତ୍ସାହ। ସେମିତି କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ପ୍ରଥମଥର ପାଇଁ ନିର୍ବାଚନ ହେଉଥିବାରୁ ଏଠି ବି ଛାତ୍ରଛାତ୍ରୀଙ୍କ ଭିତରେ ଭରପୁର ଜୋଶ୍। ହେଲେ ସବୁଠୁ ବଡ଼ ଟେନସନ୍ ପ୍ରାର୍ଥୀ ଚୟନକୁ ନେଇ। ଉପଯୁକ୍ତ କ୍ୟାଣ୍ଡିଡେଟ୍ ବାଛିବାକୁ ନେଇ ନେତାଙ୍କୁ ଘାରିଲାଣି ଚିନ୍ତା। କଂଗ୍ରେସ୍ ବାର୍ କୋଡ୍ ଜାରି କରି ଉପଯୁକ୍ତ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛି। ସମୟ କମ୍ ଥିବାରୁ ସରକାରଙ୍କ ଉପରେ ବର୍ଷି କହିଛି, ଦୁଇମାସ ଆଗରୁ ଶାସକ ଦଳ ନିର୍ବାଚନ ପାଇଁ ପ୍ରି ପ୍ଲାନ କରିଥିଲା। ପ୍ରାର୍ଥୀ ଚୟନକୁ ନେଇ ଚିନ୍ତାରେ ଥିବା ବିଜେଡି ମଧ୍ୟ ସମାନ କଥା କହିଛି। ଜବାବରେ ବିଜେପି କହିଛି ସବୁ ବେଳେ କଲେଜ୍ ଭୋଟ୍ ଦୁର୍ଗାପୂଜା ପୂର୍ବରୁ ହୁଏ। ଯେଉଁମାନେ ଛାତ୍ରଛାତ୍ରୀଙ୍କ ସହ ନାହାନ୍ତି ସେମାନେ ବାରକୋଡ୍ ଧରି ବୁଲୁଛନ୍ତି। ହାରିବା ଭୟରେ ମଇଦାନ ପ୍ରସ୍ତୁତ ହେବା ଆଗରୁ ଛତ୍ରଭଙ୍ଗ ଦେଉଛନ୍ତି।

ଗୋଟିଏ ପଟେ ଟିକେଟ୍ ପାଇଁ ଅନେକ ଆଶାୟୀ, ଅନ୍ୟପଟେ ହାତରେ କମ୍ ସମୟ। କାହାକୁ ମିଳିବ ସୁଯୋଗ, ତାକୁ ନେଇ ଚାଲିଛି ଘଣ୍ଟାଚକଟା। ଛାତ୍ର ସଂଗଠନଗୁଡ଼ିକ ଏମିତି ପ୍ରାର୍ଥୀ ଖୋଜୁଛନ୍ତି, ଯାହାର କ୍ୟାଂପସରେ ପ୍ରଭାବ ଥିବ, ଆଉ ଛାତ୍ରଛାତ୍ରୀ ତାଙ୍କୁ ସମର୍ଥନ କରୁଥିବେ। ସେପଟେ ଛାତ୍ରଛାତ୍ରୀମାନେ କହିଛନ୍ତି କ୍ୟାଂପସ୍ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କ ସ୍ବରକୁ ଯିଏ ପ୍ରଭାବଶାଳୀ କରିପାରିବ ସେଭଳି ପ୍ରାର୍ଥୀ ସେମାନଙ୍କୁ ଦରକାର।

ରାଜ୍ୟର ୧୬ଟି ବିଶ୍ବ ବିଦ୍ୟାଳୟ ଓ ୭୨୬ ମହାବିଦ୍ୟାଳୟରେ ମୋଟ୍ ୫ ଲକ୍ଷ ୪୭ ହଜାର ୪୦ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନରେ ନେତା ବାଛିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।