Odisha CM Mohan Majhi to Join India Chem 2026: ଇଣ୍ଡିଆ କେମ୍‌-୨୦୨୬ରେ ମୋହନ ମାଝୀ, ଓଡ଼ିଶାକୁ ମିଳିବ କି ବଡ଼ ନିବେଶ?

Oct 22, 2026 - 08:05
Odisha CM Mohan Majhi to Join India Chem 2026: ଇଣ୍ଡିଆ କେମ୍‌-୨୦୨୬ରେ ମୋହନ ମାଝୀ, ଓଡ଼ିଶାକୁ ମିଳିବ କି ବଡ଼ ନିବେଶ?

ଆଜିଠୁ ମୁମ୍ବାଇରେ ଦୁଇଦିନିଆ ଇଣ୍ଡିଆ କେମ୍-୨୦୨୬ ସମ୍ମିଳନୀ। ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଏମ ମୋହନ ସମ୍ମିଳନୀର ଉଦଘାଟନୀ ଅଧିବେଶନ ଓ ହାଇପ୍ରୋଫାଇଲ ସିଇଓ ରାଉଣ୍ଡ ଟେବୁଲ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗତକାଲିଠୁ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ସମ୍ମିଳନୀରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିଶାଳ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବ। 

ଏହି ଅବସରରେ କେମିକାଲ ଓ ପେଟ୍ରୋ-କେମିକାଲ କ୍ଷେତ୍ରର ଉଦ୍ୟୋଗପତି ଓ ସିଇଓମାନଙ୍କ ସହିତ ଆଲୋଚନା କରି ଓଡିଶାରେ ନିବେଶ ପାଇଁ ପ୍ରସ୍ତାବ ରଖିବେ ମୁଖ୍ୟମନ୍ତ୍ରୀ। ଦେଶ-ବିଦେଶର ୨୦ରୁ ଅଧିକ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ପୋରେଟ୍ ଅଧ୍ୟକ୍ଷମାନଙ୍କ ସହ ୱାନ୍-ଟୁ-ୱାନ୍ କରିବେ। ବିଶେଷ କରି ଡାଉନ୍ ଷ୍ଟ୍ରିମ୍ ଉତ୍ପାଦନ, ଶିଳ୍ପ ପ୍ରସାର ଏବଂ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଆଲୋଚନା ହେବ। ଓଡ଼ିଶାରେ ନିବେଶ ଆଉଟରିଚ୍ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। 

ସମ୍ମିଳନୀରେ ରାଜ୍ୟର ଅଂଶଗ୍ରହଣର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ‘କୋଇଲା ଗ୍ୟାସୀକରଣ ପ୍ରକଳ୍ପ’। ଯାହା ଓଡ଼ିଶା ପାଇଁ ଶିଳ୍ପ ବିକାଶର ଏକ ନୂତନ ସୁଯୋଗ ସୃଷ୍ଟି କରିବ। ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍ସ ଓ ପ୍ୟାକେଜିଂ କ୍ଷେତ୍ରରେ ନିବେଶ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର, ବୃହତକାୟ କେମିକାଲ୍ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଘୋଷଣା କରିପାରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।