01 NOVEMBER 2026

Welcome!

Unlock your personalized experience.
Sign Up

Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ

Nov 01, 2026 - 00:59
Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ

ଛତ୍ରପୁର: ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ବ୍ଲକ ବଡ଼ମାଧପୁର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାନବିକତା ଓ ସେବା ମନୋଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁରର ଶ୍ୟାମାକାଳୀ ଯୁବକ ସଂଘ। ଅର୍ଣ୍ଣବ୍ ବାତ୍ୟା ପରେ ଋଷିକୁଲ୍ୟା ନଦୀରେ ପ୍ରବଳ ବନ୍ୟାଜଳ ଆସିବା ଫଳରେ ବଡ଼ମାଧପୁର ଗ୍ରାମ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଥିଲା। ଦୀର୍ଘ ତିନି ଦିନ ଧରି ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହି ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏଭଳି ଦୁର୍ଦ୍ଦିନରେ ଗ୍ରାମବାସୀଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ ଶ୍ୟାମାକାଳୀ ଯୁବକ ସଂଘର ସଦସ୍ୟମାନେ। ବିପଦକୁ ଖାତିର ନକରି ସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ, ରନ୍ଧା ଖାଦ୍ୟ ଓ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିଲା। ବିଶେଷକରି ଅସହାୟ, ବୃଦ୍ଧବୃଦ୍ଧା, ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହି ସହାୟତା ଅତ୍ୟନ୍ତ ଉପାଦେୟ ହୋଇଥିଲା। ନିଜ ସ୍ୱାର୍ଥକୁ ପଛରେ ପକାଇ ଗ୍ରାମବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଯୁବକ ସଂଘର ଏହି ଉଦ୍ୟମ ସମାଜ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ପାଲଟିଥିଲା।

France: ଫ୍ରାନ୍ସରେ ଆଉ ଏକ ବିପର୍ଯ୍ୟୟ: ମଣିଷଙ୍କ ମଧ୍ୟରେ ବ୍ୟାପିଲା ବିପଜ୍ଜନକ ଶାମୋଣ୍ଡା ଭାଇରସ, ଜଣଙ୍କର ନେଲା ଜୀବନ

ସାଧାରଣତଃ ବିପଦ ସମୟରେ ମଣିଷ ମଣିଷର ସାହାରା ହୋଇଥାଏ। ଶ୍ୟାମାକାଳୀ ଯୁବକ ସଂଘର ସଭାପତି ଏସ ଯୁଧିଷ୍ଟିର ରେଡି, ସମ୍ପାଦକ ସିବରଞ୍ଜନ ସାହୁ, ମହେନ୍ଦ୍ର ଗୌଡ଼, ଏସ ସୁଶାନ୍ତ ରେଡି ଏବଂ ଅନ୍ୟ ସମସ୍ତ ସଭ୍ୟ ଭାଇମାନେ ଏହି ମହତ୍ କାର୍ଯ୍ୟ ମାଧ୍ୟମରେ ତାହାକୁ ପ୍ରମାଣିତ କରିଛି। ସଂଘର ଏଭଳି ନିଃସ୍ୱାର୍ଥପର ସେବା ମନୋଭାବକୁ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ସେବା ହିଁ ପରମ ଧର୍ମ, ବିପଦରେ ମଣିଷ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।