Odisha governor: ୧୮ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ; ଆସିବେ ୩୦୦ ଅତିଥି
"ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ୧୮ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।
ଏଥିପାଇଁ ଓଡ଼ିଶା ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି।
୧୮ତାରିଖ ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ।
Advertisment ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟପାଳ ଶପଥ ଗ୍ରହଣ କରିବା ପରେ ପୁରୀ ଗସ୍ତରେ ଯିବେ।
ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୁରୀ ଲୋକଭବନରେ କିଛି ସମୟ ବିତାଇବାର କାର୍ଯ୍ୟକ୍ରମ ରହିଥିବା ଓଡ଼ିଶା ଲୋକଭବନ ପକ୍ଷରୁ କୁହାଯାଇଛି।
ଅକ୍ଟୋବର ୧୭ରେ ପହଞ୍ଚିବେ ନୂଆ ରାଜ୍ୟପାଳନୂଆ ରାଜ୍ୟପାଳ ଅକ୍ଟୋବର ୧୭ରେ ଭୁବନେଶ୍ବରରେ ପହଞ୍ଚିବେ।
ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ଜଣ ଅତିଥି ଆସିବେ।
ଅତିଥିମାନେ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ସହ ୪ଦିନ ଓଡ଼ିଶାରେ ରହିବେ।
ତେଣୁ ଏହାକୁ ନଜରରେ ରଖି ଅକ୍ଟୋବର ୧୭ରୁ ୨୦ତାରିଖ ପର୍ଯ୍ୟନ୍ତ ସମସ୍ତ ଅତିଥିଙ୍କ ରହଣି ବ୍ୟବସ୍ଥା, ଭୁବନେଶ୍ବର ବିମାନବନ୍ଦର, ଭୁବନେଶ୍ବର ଓ ପୁରୀ ଲୋକଭବନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ ଆଜି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଚିଠି ଲେଖି ଜଣାଇଛନ୍ତି।
ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରୁ ଆରମ୍ଭ କରି ଅତିଥିଙ୍କୁ ଆତିଥ୍ୟ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯେପରି ସୁରୁଖୁରରେ ହେବ ସେଥିପାଇଁ ଗୃହ ବିଭାଗର ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀଭାବେ ଲୋକଭବନର ହାଉସହୋଲ୍ଡ ଶାଖାରେ ନିଯୁକ୍ତି ଦେବାକୁ ଶ୍ରୀମତୀ ସାହୁ କହିଛନ୍ତି।
Governor of Odisha: ବ୍ରଜମୋହନ ଓଡ଼ିଶା ରାଜ୍ୟପାଳ: ବଦଳିଲେ ଆଉ ୫ ରାଜ୍ୟପାଳ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।