Weather Update: ଖରାପ ପାଗ ଯୋଗୁଁ ଦିଲ୍ଲୀ ଆସୁଥିବା ୫ ବିମାନର ମାର୍ଗ ପରିବର୍ତ୍ତନ
"ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ଅପରାହ୍ଣରେ ଭୀଷଣ ବର୍ଷା ହୋଇଛି।
ବର୍ଷା ଓ ଆକାଶ ମେଘାଚ୍ଛନ୍ନ ଥିବା ଯୋଗୁ ଦିଲ୍ଲୀ ଆସୁଥିବା ଅତିକମ୍ରେ ୫ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି।
ନୋଏଡା ଓ ଜୟପୁର ବିମାନବନ୍ଦର ଅଭିମୁଖେ ମାର୍ଗ ପରବିର୍ତ୍ତନ କରାଯାଇଥିବାବେଳେ ଏଥିରେ ୩ ଟି ଏୟାର ଇଣ୍ଡିଆ ବିମାନ, ଗୋଟିଏ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ମାକାଉରୁ ଗୋଟିଏ ମାଲବାହୀ ବିମାନ ରହିଛି।
Advertisment ଦିଲ୍ଲୀରେ ଭୀଷଣ ବର୍ଷା ଅଧିକାରୀଙ୍କ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନଗୁଡ଼ିକ ଅହମ୍ମଦାବାଦ, ଭୋପାଳ ଓ ବେଙ୍ଗାଲୁରୁ ଆସୁଥିଲା, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନଟି ଭୁବନେଶ୍ୱରରୁ ଆସୁଥିଲା।
ଚାରିଟି ବିମାନକୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ମାର୍ଗ ପରିବର୍ତ୍ତନ କରାଯାଇଥିଲା, ଗୋଟିଏ ବିମାନକୁ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ମାର୍ଗ ପରିବର୍ତ୍ତନ କରାଯାଇଥିଲା।
ଗୁରୁବାର ଦିଲ୍ଲୀରେ ବର୍ଷା ହୋଇଥିଲା ଓ ଦିନସାରା ଆକାଶରେ କଳା ମେଘ ଘୋଡ଼ାଇ ରହିଥିଲା।
ଭାରତୀୟ ପାଣିପାଗ ବିଭାଗ ମଧ୍ୟମ ଧରଣର ବର୍ଷା, ଝଡ଼ବର୍ଷା, ବିଜୁଳି ଓ ପ୍ରବଳ ପବନ ପାଇଁ ରେଡ୍ ଆଲର୍ଟ ଜାରି କରିଛି।
ଆମେରିକା ସଂସଦର ପ୍ରଥମ ମୁସଲିମ୍ ମହିଳା ଓମାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।