ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

Oct 01, 2026 - 19:29
ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଏ ବୋଲି ଜ୍ୟୋତିଷୀୟ ମାନ୍ୟତା ରହିଛି। ୨୦୨୬ ଅକ୍ଟୋବର ମାସରେ ମଧ୍ୟ ଶନି ମୀନ ରାଶିରେ ବକ୍ରୀ ଅବସ୍ଥାରେ ରହିବେ। ଏହି ସମୟରେ ୩ଟି ରାଶିର ଲୋକଙ୍କୁ ଧନ, କ୍ୟାରିୟର ଓ ପାରିବାରିକ ମାମଲାରେ ଅଧିକ ସତର୍କ ରହିବାକୁ ପଡ଼ିପାରେ।

ଜ୍ୟୋତିଷୀୟ ଗଣନା ଅନୁସାରେ, ୨୦୨୬ ଜୁଲାଇ ୨୬ରେ ଶନି ବକ୍ରୀ ହୋଇଥିଲେ ଏବଂ ଡିସେମ୍ବର ୧୧ରେ ମାର୍ଗୀ ହେବେ। ଅର୍ଥାତ୍‌ ପ୍ରାୟ ୧୩୮ ଦିନ ଧରି ଶନି ବକ୍ରୀ ଅବସ୍ଥାରେ ରହିବେ। ତେଣୁ ଅକ୍ଟୋବର ମାସ ମଧ୍ୟ ଶନିଙ୍କ ବକ୍ରୀ ଚଳନର ପ୍ରଭାବ ଅଧୀନରେ ରହିବ ବୋଲି ଜ୍ୟୋତିଷୀୟ ମତ ରହିଛି।

ସିଂହ ରାଶିର ଲୋକଙ୍କୁ ଅକ୍ଟୋବରରେ ସ୍ବାସ୍ଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ସତର୍କ ରହିବାକୁ ପଡ଼ିପାରେ। ତରବରିଆ ଭାବେ ବଡ଼ ଆର୍ଥିକ ନିଷ୍ପତ୍ତି ନନେବା ଭଲ। ପରିବାରରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ, ତେଣୁ ଆଲୋଚନା ସମୟରେ ଧୈର୍ଯ୍ୟ ରଖିବା ଜରୁରୀ। ଚାକିରି କ୍ଷେତ୍ରରେ କିଛି ସମସ୍ୟା ଆସିପାରେ, ଏପରି ସ୍ଥିତିରେ ସଂଯମର ସହ କାମ କରିବାକୁ ପରାମର୍ଶ ଦିଆଯାଇଛି।

ମକର ରାଶିର ସ୍ବାମୀ ଶନି ହୋଇଥିବାରୁ ଏହି ସମୟରେ ଆର୍ଥିକ ମାମଲାରେ ଅଧିକ ସତର୍କତା ଆବଶ୍ୟକ ହୋଇପାରେ। ପୁରୁଣା ଋଣ ଓ ନିବେଶ ସମ୍ପର୍କିତ ନିଷ୍ପତ୍ତି ଭଲ ଭାବେ ବିଚାର କରି ନେବା ଉଚିତ। ବଢ଼ୁଥିବା ଖର୍ଚ୍ଚ ଯୋଗୁ ବଜେଟ ପ୍ରଭାବିତ ହୋଇପାରେ। କର୍ମକ୍ଷେତ୍ରରେ ପରିଶ୍ରମ କରିବା ସତ୍ତ୍ୱେ ମନପସନ୍ଦ ଫଳ ପାଇବାରେ ବିଳମ୍ବ ହୋଇପାରେ।

କର୍କଟ ରାଶିର ଲୋକଙ୍କୁ ସମ୍ପର୍କ ଓ କ୍ୟାରିୟର ସହ ଜଡ଼ିତ ମାମଲାରେ ଉତ୍ଥାନ-ପତନର ସାମ୍ନା କରିବାକୁ ପଡ଼ିପାରେ। ହଠାତ୍‌ ମିଳୁଥିବା ଧନ ସମ୍ପର୍କିତ କୌଣସି ନିଷ୍ପତ୍ତି ତରବରିଆ ଭାବେ ନନେବାକୁ ପରାମର୍ଶ ରହିଛି। ପରିବାରରେ କ୍ରୋଧ ପ୍ରଦର୍ଶନରୁ ଦୂରେଇ ରହିବା ସହ ଆତ୍ମବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ନିକଟ ସମ୍ପର୍କୀୟଙ୍କ ଅସନ୍ତୋଷ ମଧ୍ୟ ମାନସିକ ଚାପର କାରଣ ହୋଇପାରେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।