Odisha Governor Visits Srimandir: ଶପଥ ପୂର୍ବରୁ ଶ୍ରୀମନ୍ଦିରରେ ନୂଆ ରାଜ୍ୟପାଳ, ମହାପ୍ରଭୁଙ୍କୁ ଦର୍ଶନ କରି ହେଲେ ଭାବବିହ୍ୱଳ
ଶପଥ ଗ୍ରହଣ ପୂର୍ବରୁ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ମାଆ ଓ ପତ୍ନୀଙ୍କ ସହିତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡ଼ିଛନ୍ତି । ଦର୍ଶନ ପରେ ଗଣମାଧ୍ୟମକୁ ପତିକ୍ରିୟାରେ ନୂଆ ରାଜ୍ୟପାଳ କହିଛନ୍ତି, ଜଗନ୍ନାଥଙ୍କ ଭୂମିରେ ସେବା କରିବାର ସୁଯୋଗ ମିଳିଥିବାକୁ ମୁଁ କୃତଜ୍ଞ । ଶପଥ ଗ୍ରହଣ କରିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛା ଥିଲା । ଆଗକୁ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ କାମ କରିବି ବୋଲି କହିଛନ୍ତି ବ୍ରଜମୋହନ ରାମ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।