Odisha High Court: ହାଇକୋର୍ଟରେ ହାଜର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ

Oct 09, 2026 - 07:47
Odisha High Court: ହାଇକୋର୍ଟରେ ହାଜର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ

"କଟକ: ଥଇଥାନ ନ କରି ଘରୋଇ ଜମି ଉପରେ ନିର୍ମିତ ବାସଗୃହକୁ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଭାଙ୍ଗି ଦିଆଯିବା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଖୋର୍ଦ୍ଧା ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି।

ଆବେଦନକାରୀଙ୍କ ପାଇଁ ବିକଳ୍ପ ଭାବେ ଟ୍ରାଞ୍ଜିଟ ହାଉସ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ହାଇକୋର୍ଟଙ୍କୁ ଅବଗତ କରିଥିଲେ।

ଟଏଲେଟ ବ୍ୟବସ୍ଥା ନଥିବା ୯ଫୁଟରେ ୯ଫୁଟ ଆକାରର ଏହି ଟ୍ରାଞ୍ଜିଟ ହାଉସ ବ୍ୟବସ୍ଥା କରାଯାଇଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ଏହି ଟ୍ରାଞ୍ଜିଟ ହାଉସରେ ଟଏଲେଟ ଓ ଅନ୍ୟ ବ୍ୟବସ୍ଥା ୧୫ଦିନ ଭିତରେ କରିବା ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଏଥିରେ ଅବହେଳା ହୁଏ ତେବେ ଆବେଦନକାରୀ ଏହି ସବୁ ସୁବିଧା ପାଇଁ କୋର୍ଟରେ ଏକ ଦରଖାସ୍ତ ଦାୟର କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।Advertisment ନଭେମ୍ବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ଆବେଦନକାରୀଙ୍କ ପିଲାଙ୍କ ଶିକ୍ଷା ଯେପରି ପ୍ରଭାବିତ ନ ହେବ ତାହା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ପାଖ ସ୍କୁଲରେ ଆବେଦନକାରୀଙ୍କ ପିଲାଙ୍କ ପାଠ ପଢିବା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବେ।

ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟମାଳା ନାୟକ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ନଭେମ୍ବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗୁରୁ କେଳୁଚରଣ ପାର୍କରୁ ପଟିଆ ରେଳ ଷ୍ଟେସନ ପର୍ଯ୍ୟନ୍ତ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଆବେଦନକାରୀଙ୍କ ନିଜ ଜମି ଉପରେ ଥିବା ବାସଗୃହକୁ ସରକାରୀ କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିବା ଅଭିଯୋଗ ନେଇ ଏହି ଆବେଦନ ଦାୟର ହୋଇଥିଲା।

ବର୍ଷା ଚାଲିଥିବା ବେଳେ ଆବେଦନକାରୀ ଏହି ପରିସ୍ଥିତିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା।

ସେପ୍ଟେମ୍ବର ୨୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ବାସଗୃହ ଭାଙ୍ଗବା ପୂର୍ବରୁ ଘର ବା କ୍ଷତିପୂରଣ ବିକଳ୍ପ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିଲା ବା ନାହିଁ ସେ ନେଇ ୨୪ ତାରିଖରେ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ।

Vigilance raid: ଭିଜିଲାନ୍ସ ଜାଲରେ ବଡ଼ ସରକାରୀ ବାବୁ, ଭୋର ସକାଳୁ କାର୍ଯ୍ୟାନୁଷ୍ଠାନ ଏହି ଘଟଣାରେ ୨୦୧୩ର ପୁନର୍ବାସ ଆଇନରେ ଥିବା ବ୍ୟବସ୍ଥା ତଥା ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୨୬ ପାଳନ କରାଯାଇଛି କି ନାହିଁ ସେ ନେଇ ଜବାବ ରଖିବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ କହିଥିଲେ।

ସେପ୍ଟେମ୍ବର ୨୪ରେ ଜିଲ୍ଲାପାଳ ହାଜର ହୋଇ ଦର୍ଶାଇଥିଲେ ଯେ ଆବେଦନକାରୀଙ୍କ ପାଇଁ ବିକଳ୍ପ ପ୍ଲଟ ଆବେଦନକାରୀଙ୍କୁ ପ୍ରଦାନ କରାଯିବ।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ଓ ହଳଧର ସେଠୀ ମାମଲା ପରିଚାଳନା କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।