Looted from senior citizen: ବରିଷ୍ଠ ନାଗରିକଙ୍କୁ ଲୁଟିନେଲେ ୫୦ ହଜାର ଟଙ୍କା
ଖଣ୍ଡଗିରି: ଦୁର୍ଗାପୂଜା ପୂଜା ପୂର୍ବରୁ ରାଜଧାନୀରେ ଲୁଟେରାଙ୍କ ଉପଦ୍ରବ ଦେଖାଦେଇଛି। ବରମୁଣ୍ଡା ରୁଚିକା ମାର୍କେଟ୍ ନିକଟରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏହି ଲୁଟ୍ର ଶିକାର ହୋଇଛନ୍ତି। ଦିନଦିପହରରେ ବିଚ୍ ବଜାରରେ ଦୁର୍ବୃତ୍ତମାନେ ଜଣେ ବରିଷ୍ଠ ନାଗରିକଙ୍କ ପାଖରୁ ୫୦ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏକ ସପ୍ତାହ ତଳେ ରୁଚିକା ମାର୍କେଟ୍ ନିକଟରେ ଜଣେ କ୍ୟାବ୍ ଡ୍ରାଇଭର୍ଙ୍କୁ ଅପହରଣ ଓ ଲୁଟ୍ କରିବା ଘଟଣା ମନରୁ ନଲିଭୁଣୁ ପୁଣିଥରେ ଏଭଳି ଅପରାଧକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
ଲୁଟ୍ର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିବା ବେଳେ ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବରମୁଣ୍ଡା ହାଉସିଂବୋର୍ଡ କଲୋନି ଅଞ୍ଚଳର ସୁରେନ୍ଦ୍ର ନାଥ ନାୟକଙ୍କ ଅଭିଯୋଗ ମୁତାବକ ଗତକାଲି ସେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ରୁଚିକା ମାର୍କେଟ୍ ସେନ୍ସସ୍ କଲୋନି ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ସେ ଧରିଥିବା ବ୍ୟାଗ୍କୁ ଝାମ୍ପିନେଇ ଚମ୍ପଟ ମାରିଥିଲେ। ଏହି ବ୍ୟାଗ୍ରେ ତାଙ୍କର ବ୍ୟାଙ୍କ ସମ୍ପର୍କିତ କିଛି ଗୁରୁତ୍ବପୂର୍ଣ୍ଣ କାଗଜ ଓ ୫୦ହଜାର ଟଙ୍କା ଥିବା ସେ କହିଛନ୍ତି।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।