Odisha IAS Reshuffle: ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ
ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କ ସମେତ ଅନେକ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବଦଳି ଓ ନିଯୁକ୍ତି ନେଇ ଆଦେଶ ଜାରି ହୋଇଛି।
ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ସେହିପରି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ GA & PG ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।
ମହେଶ୍ୱର ସ୍ୱାଇଁଙ୍କ ସ୍ଥାନରେ ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।
ଏହା ବ୍ୟତୀତ ପ୍ରଦୀପ ନାୟକଙ୍କୁ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ଅସ୍ନୀ ଏ. ଏଲ୍ଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଭାବେ ନୂଆ ଦାୟିତ୍ୱ ମିଳିଛି।
ସେହିପରି କସ୍ତୁରୀ ସ’ଙ୍କୁ GA & PG ବିଭାଗର ଅନୁସଚିବ ଦାୟିତ୍ୱ ଦିଆଯାଇଛି। ଏହି ପ୍ରଶାସନିକ ଅଦଳବଦଳ ପରେ ବିଭିନ୍ନ ଜିଲ୍ଲା ଓ ବିଭାଗରେ ନୂଆ ଅଧିକାରୀମାନେ ଦାୟିତ୍ୱ ଗ୍ରହଣ କରିବେ।
#୭_IAS_ବଦଳିଲେ
— ଓଟିଭି (@otvkhabar) October 7, 2026
-ରାଜ୍ୟରେ IAS ସ୍ତରରେ ହେଲା ଅଦଳବଦଳ
-ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ
-ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ହେଲେ CMଙ୍କ ଅତିରିକ୍ତ ସଚିବ
-ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ହେଲେ GA & PG ଅତିରିକ୍ତ ସଚିବ
-ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅନ୍ୟା ଦାସଙ୍କୁ ନିଯୁକ୍ତି
-ମଧୁମିତାଙ୍କୁ ମିଳିଲା ନୂଆପଡ଼ା… pic.twitter.com/Dc1MhBxRRS
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।