Odisha Investors’ Meet in Dubai: ଦୁବାଇରେ ଓଡ଼ିଶା ଇନ୍ ଭେଷ୍ଟର୍ସ ମିଟ୍ ; ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ନିବେଶ ପାଇଁ ଓଡ଼ିଶାରେ ରହିଛି ସବୁ ସୁବିଧା, ସବୁ ସୁଯୋଗ। ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ନିବେଶକଙ୍କୁ ଏଭଳି ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିବେଶ ପାଇଁ ଯାହା ଆବଶ୍ୟକ, ସବୁକିଛି ଓଡ଼ିଶାରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ରହିଛି ଉଚ୍ଚମାନର ଖଣିଜ ସମ୍ପଦ ସହ ବିସ୍ତୃତ ବେଳାଭୂମି।
ଲୁହାପଥର, ବକ୍ସାଇଟ୍ ଓ ମାଙ୍ଗାନିଜ ଭଳି ପ୍ରଚୁର ଖଣିଜ ସମ୍ପଦ ଓଡ଼ିଶାକୁ ନିବେଶ ପାଇଁ ଆହୁରି ସମ୍ଭାବନାମୟ କରିଛି। ଏହାସହ ରାଜ୍ୟରେ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଓ କୁଶଳୀ ମାନବ ସମ୍ବଳ ରହିଛି। ଇନଭେଷ୍ଟର୍ସ ଫ୍ରେଣ୍ଡଲି ରାଜ୍ୟ ମଧ୍ୟରେ ଓଡ଼ିଶା ଟପ୍-୫ରେ ରହିଥିବା କହି ରାଜ୍ୟରେ ନିବେଶ ପାଇଁ ନିବେଶକଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ନିବେଶ ପାଇଁ ଓଡ଼ିଶାରେ ସବୁ ସୁବିଧା- ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ନିବେଶ ପାଇଁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନିବେଶ ପାଇଁ ଓଡ଼ିଶାରେ ସବୁ ସୁବିଧା, ସୁଯୋଗ ଅଛି କହିଲେ ମୁଖ୍ୟମନ୍ତ୍ରୀ
ନିବେଶ ପାଇଁ ଯାହା ଆବଶ୍ୟକ ସବୁ ଓଡ଼ିଶାରେ ଅଛି
ଆମ ପାଖରେ ଉଚ୍ଚମାନର ଖଣିଜ ସଂପଦ, ବିସ୍ତୃତ ବେଳାଭୂମି ଅଛି
ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ ଖଣି ଓଡ଼ିଶାରେ ରହିଛି
ଯୋଗାଯୋଗ ସୁଦୃଢ଼ ଅଛି, ରାଜ୍ୟରେ କୁଶଳୀ କାରିଗର ବି ଅଛନ୍ତି
ଇନ୍ ଭେଷ୍ଟର୍ସ ଫ୍ରେଣ୍ଡଲି ରାଜ୍ୟ ମଧ୍ୟରେ ଟପ୍ ୫ରେ ଓଡ଼ିଶା ଅଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।