India vs WI T20I: ୧୭୨ ରନ୍‌ରେ ଅଟକିଲା ୱେଷ୍ଟଇଣ୍ଡିଜ; ୩ ୱିକେଟ୍‌ ନେଲେ ନମନ୍‌

Oct 06, 2026 - 21:06
India vs WI T20I: ୧୭୨ ରନ୍‌ରେ ଅଟକିଲା ୱେଷ୍ଟଇଣ୍ଡିଜ; ୩ ୱିକେଟ୍‌ ନେଲେ ନମନ୍‌

"ଲକ୍ଷ୍ନୌ: ଉତ୍ତରପ୍ରଦେଶର ‌ଲକ୍ଷ୍ନୌସ୍ଥିତ ଇକାନା ଷ୍ଟାଡିୟମରେ ଜାରି ଥିବା ପ୍ରଥମ ଟି୨୦ରେ ଭାରତକୁ ୱେଷ୍ଟଇଣ୍ଡିଜ୍‌ ୧୭୨ ରନ୍‌ର ଟାର୍ଗେଟ ଦେଇଛି।

ଟସ୍‌ ହାରି ‌ଅତିଥି ଦଳ ପ୍ରଥମେ ବ୍ୟାଟିଂ କରିଥିଲା।

ଦଳ ନିର୍ଦ୍ଧାରିତ ୧୯.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୧ ରନ୍‌ ସଂଗ୍ରହ କରିଛି।

ୱେଷ୍ଟଇଣ୍ଡିଜର ୨ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଭାରତ ପାଇଁ ନମନ ଧୀର ସର୍ବଶ୍ରେଷ୍ଠ ବୋଲିଂ କରିଛନ୍ତି।

Advertisment ୱେଷ୍ଟଇଣ୍ଡିଜ୍‌ ପାଇଁ ପ୍ରାରମ୍ଭିକ ବ୍ୟାଟର ସାଇ ହୋପ୍‌ ଏବଂ ମଧ୍ୟକ୍ରମର ବ୍ୟାଟର ଶେରଫେନ୍‌ ରଦରଫୋର୍ଡ ଅର୍ଦ୍ଧଶତକ ହାସଲ କରିଥିଲେ।

ହୋପ୍‌ ୩୭ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୨ଟି ଛକା ସହାୟତାରେ ୫୨ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ରଦରଫୋର୍ଡ ୩୪ଟି ବଲ୍‌ର ସାମ୍ନା କରି ୫୬ ରନ୍‌ ଦଳ ପାଇଁ ଯୋଡ଼ିଥିଲେ।

ଏଥିରେ ସେ ୬ଟି ଚୌକା ଏବଂ ୩ଟି ଛକା ସାମିଲ କରିଥିଲେ।

Asian Games cricket: କ୍ରିକେଟ୍‌ ସ୍ବର୍ଣ୍ଣ ବଜାୟ ରଖିଲା ଭାରତ ଦଳର ଅନ୍ୟ ଖେଳାଳିମାନଙ୍କର ଯୋଗଦାନ ଉତ୍ସାହପୂର୍ଣ୍ଣ ନଥିଲା।

ଅକିଲ ହୋସେନ୍‌ ୧୫ ରନ୍‌, କାମିଲ ପୂରନ ୧୨ ରନ୍‌ କରିଥିବା ବେଳେ ଦୁଇ ଜଣ ଖେଳାଳି (ରଭମ୍ୟାନ ପାୱେଲ ଏବଂ ଶମର ଜୋସେଫ)ଙ୍କ ଯୋଗଦାନ ଶୂନ୍ୟ ରନ୍‌ ଥିଲା।

ତେବେ ଅନ୍ୟ ଖେଳାଳିମାନେ ମଧ୍ୟ ଦୁଇ ଅଙ୍କ ବିଶିଷ୍ଟ ରନ୍‌ କରିପାରି ନଥିଲେ।

ଭାରତ ପାଇଁ ନମନ ଧୀର ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ସେ ୪ ଓଭର ବୋଲିଂ କରି ୩୧ ରନ୍‌ ଖର୍ଚ୍ଚ କରିଥିଲେ।

ଦ୍ରୁତ ବୋଲର ଅକ୍ଷର ପଟେଲ ଏବଂ ସ୍ପିନର କୁଲଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା।

ଅର୍ଶଦୀପ ସିଂହ ଏବଂ ମୟଙ୍କ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।