Odisha MLA Salary Hike ବିଧାୟକଙ୍କ ଦରମା ବୃଦ୍ଧି ଚିନ୍ତା, ଆଲୋଚନା କଲେ ସଂସଦୀୟ ଯୁଗ୍ମ କମିଟି
"ଭୁବନେଶ୍ୱର: ବିଧାୟକଙ୍କ ଦରମା, ଭତ୍ତା ଆଦି ବୃଦ୍ଧି ପାଇବା ନେଇ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଆସିଥିଲା।
କିନ୍ତୁ ବିରୋଧୀ ଦଳ ଓ ରାଜ୍ୟର ବିଭିନ୍ନ ମହଲରୁ ବିରୋଧ ଏବଂ ସମାଲୋଚନା ହେବା ପରେ ଏହା ଅଟକିଯାଇଥିଲା।
ବର୍ତ୍ତମାନ ପୁଣି ଏନେଇ ଆଶା ଉଜ୍ଜ୍ବଳ ହୋଇଛି।
ଆଜି ଦରମା ଓ ଭତ୍ତା ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତରେ ଆଜି ବିଧାନସଭା ବାଚସ୍ପତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
Advertisment MLAs salary and allowances: ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲ୍କୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ମାମଲା ଖାରଜ ଆଜି (ରବିବାର) ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଏବଂ ଅନ୍ୟ ଅଧିକାରୀଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି।
ଏଥିରେ ସେମାନେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କର ଦରମା ଓ ଅନ୍ୟାନ୍ୟ ଭତ୍ତା ସହ ପୂର୍ବତନ ବିଧାୟକମାନଙ୍କର ପେନ୍ସନ୍ ଓ ଭତ୍ତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।
MLAs' salaries: ବିଧାୟକଙ୍କ ଦରମାକୁ ନେଇ ଅଡ଼ୁଆରେ ଶାସକ ଦଳ: ବିଜେପି ବିଧାୟକଙ୍କ ୟୁ ଟର୍ଣ୍ଣ ଏହି ଅବସରରେ ଓଡ଼ିଶାର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ପାଇଁ ସଂସଦ ଓ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା, ଭତ୍ତା ଓ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ମଧ୍ୟ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିବା ସହ ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ମିଳୁଥିବା ଦରମା ଓ ଭତ୍ତାର ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଯୁଗ୍ମ କମିଟି ଅନୁଭବ କରିଥିଲେ।
Important Meeting BJP ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ସଂସଦୀୟ ଯୁଗ୍ମ କମିଟିର ଅଧ୍ୟକ୍ଷ ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ସମେତ ସାଂସଦ ବିଜୟ କୁମାର ଦୁବେ, ବୀଣା ଦେବୀ, କେ.
ଗୋପୀନାଥ, ବାବୁ ସିଂହ କୁଶୱାହା, ରିଚାର୍ଡ ବାନଲାଲହମଂଗଇହାଙ୍କ ସହ ସଂସଦର ନିର୍ଦ୍ଦେଶକ ଭଟ୍ଟଶାଳା ଯୋଷୀ ପ୍ରମୁଖ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।