Fire: ଜଗତପୁର ପ୍ରଗତି ମିଲ୍କ ୟୁନିଟ୍-୨ରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

Sep 03, 2026 - 11:19
Fire: ଜଗତପୁର ପ୍ରଗତି ମିଲ୍କ ୟୁନିଟ୍-୨ରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

"କଟକ: କଟକ ଜିଲ୍ଲା ଜଗତପୁରରେ ଥିବା ପ୍ରଗତି ମିଲ୍କର ୟୁନିଟ୍-୨ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ଉଦ୍ୟମ ଜାରି ରହିଛି।

ସୂଚନା ଅନୁଯାୟୀ, ନିଆଁ ଲାଗିଥିବାର ଖବର ମିଳିବା ପରେ ପ୍ରଥମେ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।

ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଅଗ୍ନିଶମ ଷ୍ଟେସନରୁ ଆଉ ଗୋଟିଏ ଟିମ୍ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି | ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଅଭିଯାନ ଜାରି ରହିଛି।

ତେବେ ଅଗ୍ନିକାଣ୍ଡରେ କେତେ ଟଙ୍କାର ସମ୍ପତ୍ତି ପୋଡି ହୋଇ ନଷ୍ଟ ହୋଇଛି ତାହା ଜଣାପଡିନାହିଁ |Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।