Odisha Moves Supreme Court Over Kotia Dispute: କୋଟିଆ ବିବାଦରେ ନୂଆ ମୋଡ଼, ସୁପ୍ରିମକୋର୍ଟ ଗଲା ଓଡ଼ିଶା

Oct 23, 2026 - 22:11
Odisha Moves Supreme Court Over Kotia Dispute: କୋଟିଆ ବିବାଦରେ ନୂଆ ମୋଡ଼, ସୁପ୍ରିମକୋର୍ଟ ଗଲା ଓଡ଼ିଶା

ପୁଣି ସୁପ୍ରିମକୋର୍ଟକୁ ଗଲା କୋଟିଆ ବିବାଦ।

କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ।

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଓଡ଼ିଶା ସରକାର।

ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

'କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା।

କୋଟିଆ ମାମଲାରେ 'ସ୍ଥିତାବସ୍ଥା ବଜାୟ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ଅଭିଯୋଗ ହୋଇଛି।

Advertisment 'ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ଅବମାନନା କରୁଥିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଓଡ଼ିଶା ସରକାର।

'ଗତ ୧୦ରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ବାହାର କରିଥିଲା।

'ଏଥିରେ କୋଟିଆ ଗ୍ରାମପୁଞ୍ଜକୁ ସାମିଲ୍ କରିଛି ଆନ୍ଧ୍ର।

'ଏହା ସ୍ଥିତାବସ୍ଥାର ପରିପନ୍ଥୀ, ସୁପ୍ରିମକୋର୍ଟଙ୍କ ଅବମାନନା ବୋଲି ଦର୍ଶାଇଛି ଓଡ଼ିଶା।

ମାମଲାରେ 'ଆନ୍ଧ୍ରର ରାଜ୍ୟ ନିର୍ବାଚନ କମିଶନର, ମୁଖ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସେହିଭଳି 'ଗୃହ ସଚିବ, ପାର୍ବତୀପୁରମ ଜିଲ୍ଲାପାଳଙ୍କ ନାଁରେ ମଧ୍ୟ ମାମଲା ଦାୟର ହୋଇଛି।

ପୂର୍ବରୁ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।