Odisha Murder Case: Woman Allegedly Killed in Odisha, Body Buried in Andhra Pradesh
#ଓଡ଼ିଶାରେ_ମାରିଲେ_ଆନ୍ଧ୍ରରେ_ପୋତିଦେଲେ
ଓଡ଼ିଶାରେ ମାରିଲେ, ଆନ୍ଧ୍ରରେ ପୋତିଦେଲେ । ଦୃଶ୍ୟମ ଫିଲ୍ମ ଷ୍ଟାଇଲରେ ଏଭଳି ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସେମିଳିଗୁଡ଼ାର ୨୨ ବର୍ଷିୟା ଅଲବିନା ଗରଡ଼ା ହତ୍ୟା ମାମଲାରେ ୨ ଜଣଙ୍କୁ ଗିରଫ କରି ପର୍ଦ୍ଦାଫାସ କରିଛି ପୋଲିସ । ମୋବାଇଲ୍ ଲୋକେସନ୍, CDR ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ତଦନ୍ତକାରୀ ଦଳ ଆନ୍ଧ୍ରପ୍ରଦେଶର ଏକ ଶାଗୁଆନ୍ ବଗିଚାରୁ ଉଦ୍ଧାର କରିଥିଲା ମୃତଦେହ । ଅଭିଯୁକ୍ତ ହେଉଛି ସେମିଳିଗୁଡ଼ାର ମୋହନ ଖିଲ । ପୋଲିସର ସୂଚନା ଅନୁଯାୟୀ, ସେମିଳିଗୁଡ଼ା ଥାନା ଗୁରୁଦ୍ୱାର ଅଞ୍ଚଳର ଅଲବିନା, ମୋହନ ଖିଲ ସହ ଗଢ଼ି ଉଠିଥିଲା ସଂପର୍କରେ। ଏପରିକି ସେ ଗର୍ଭବତୀ ବି ହୋଇଥିଲେ। ଏହାପରେ ଫାଟ ହେବାରୁ ବଢ଼ିଥିଲା ବିବାଦ। ମୋହନ ଜଣେ ବିବାହିତ। ପୂର୍ବରୁ ଅନ୍ୟ ୨ ଜଣ ମହିଳାଙ୍କ ସହ ତାଙ୍କର ବିବାହ ହୋଇଥିଲା। ଏହା ଜାଣିବା ପରେ ଅଲବିନାଙ୍କ ସହ ହୋଇଥିଲା ବିବାଦ। ଆଉ ସେହି ବିବାଦରୁ ଅଲବିନାଙ୍କୁ ତଣ୍ଟି ଚିପି ମାରିବା ପରେ ମୃତଦେହକୁ ଏକ କାରରେ ନେଇ ବିଜୟନଗରମ ଜିଲ୍ଲାର ଗଜପତିନଗରମ ଥାନା ମାରୁପାରେ ଥିବା ଶାଗୁଆନ୍ ବଗିଚା ଭିତରେ ପୋତିଦେଇଥିଲା। ଆଉ ରଚିଥିଲା ନିଖୋଜର ନାଟକ। ଅଲବିନା ନିଖୋଜ ମାମଲାର ଖୋଳତାଡ଼ କରିବା ପରେ ଧରାପଡ଼ିଗଲା ସବୁକିଛି। ଏହି ଘଟଣାରେ ସେମିଳିଗୁଡ଼ା ଗୁରୁଦ୍ୱାର ଅଞ୍ଚଳର ମିଲନ କୁଲଦୀପକୁ ମୃତଦେହକୁ ଲୁଚାଇବାରେ ସହଯୋଗ ପାଇଁ ପୋଲିସ ଗିରଫ କରିଛି ।
#OdishaMurder#AlvinaGarada#Semiliguda#AndhraPradesh#MurderCase#OdishaCrime#Vizianagaram#MohanKhil#PoliceInvestigation#CrimeNews#OdishaNews#BreakingNews#OdishaTV#OTV
A 22-year-old woman, Alvina Garada of Semiliguda, was allegedly murdered, with her body later recovered from a teak plantation in Andhra Pradesh, according to police. Police have arrested two persons in connection with the case, including Mohan Khil of Semiliguda, while Milan Kuldeep was arrested for allegedly helping conceal the body. The investigating team reportedly traced the case using mobile location, Call Detail Records (CDR) and other evidence. According to the police account cited in the source, a dispute had developed between Alvina and Mohan Khil, following which she was allegedly strangled and her body transported by car and buried in a teak plantation near Marupur under Gajapathinagaram Police Station in Vizianagaram district. Police said the investigation into Alvina’s missing-person case led to the alleged murder being uncovered.
For latest news updates follow us on WhatsApp:
https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।