Odisha Politics Heats Up: ଛାତ୍ର ସଂସଦ ଫଳାଫଳ ପରେ ଜୋର୍ ଧରିଲା ବିଜେପି-ବିଜେଡି ରାଜନୀତି
ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପରେ ବିଜେପିର ଦମ୍ଭୋକ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କ୍ଲିନ୍ ସୁଇପ୍ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ। ସେ କହିଛନ୍ତି କେନ୍ଦ୍ରରେ ମୋଦି ସରକାର ଏବଂ ଓଡ଼ିଶାରେ ମୋହନ ସରକାରଙ୍କ ଦ୍ୱାରା ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି।
ବିଶେଷ କରି ଗ୍ରାମାଞ୍ଚଳର ବିକାଶ, ଗରିବଙ୍କ କଲ୍ୟାଣ ଏବଂ ଯୁବବର୍ଗଙ୍କ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ବିରଞ୍ଚି ତ୍ରିପାଠୀ। ପଞ୍ଚାୟତ ହେଉ କିମ୍ବା ପୌର ନିର୍ବାଚନ, ଆଗାମୀ ଦିନରେ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି କହିଛନ୍ତି।
ଛାତ୍ର ସଂସଦ ନିର୍ବାଚନରେ ଅନେକ କଲେଜରେ ବିସିଜେଡିର ବିଜୟ ପରେ ବିଜେଡି ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛି । ଛାତ୍ର, ଯୁବକ, ଜେନ-ଜି ଲାଗିଥିଲେ ନବୀନଙ୍କ ପାଇଁ। ଏହା ତ ଟ୍ରେଲର ଥିଲା। ପଞ୍ଚାୟତ ଓ ପୌରରେ ବିଜେଡି ଆଶାତୀତ ସଫଳତା ପାଇବ। କାରଣ ସେମାନେ ନବୀନଙ୍କ ବିକାଶ ସହିତ ଅଛନ୍ତି ବୋଲି କହିଛନ୍ତି ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ।
ସେପଟେ ବିଜେପି କହିଛି ପୂର୍ବ ସରକାର ନିର୍ବାଚନକୁ ଭୟ କରି ଦୀର୍ଘ ବର୍ଷ ଧରି ବନ୍ଦ କରିଥିଲେ। କିଛି ସ୍ଥାନରେ ନିର୍ବାଚନକୁ ବିଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ, ଅଧିକାଂଶ କଲେଜରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ପ୍ରାୟ ୭୦ ପ୍ରତିଶତରୁ ଅଧିକ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିଜୟୀ ହେଇଛି। ଜେନ ଜି ଆମ ସହିତ ଅଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ପଞ୍ଚାୟତ କ୍ଲିନ ସୁଇପ୍ କରିବୁ- ବିଜେପି
ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପରେ ବିଜେପିର ଦୃଢ଼ୋକ୍ତି
ପଞ୍ଚାୟତ ନିର୍ବାଚନରେ କ୍ଲିନ ସୁଇପ୍ କରିବୁ କହିଲେ ବିରଞ୍ଚି ତ୍ରିପାଠୀ
'ଗ୍ରାମାଞ୍ଚଳ, ଗରିବ, ଯୁବକଙ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି'
'ପଞ୍ଚାୟତ ହେଉ କିମ୍ବା ପୌର ନିର୍ବାଚନ ଫଳାଫଳ ଆମ ସପକ୍ଷରେ ଯିବ'
'ମାଆ, ଭଉଣୀଙ୍କ କଲ୍ୟାଣ କରିଛୁ, ମାତୃଶକ୍ତିର ଆଶୀର୍ବାଦ ରହିବ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।