Odisha Student Elections: ଛାତ୍ର ସଂସଦ ନିର୍ବାଚନ ହେବ ନା ନାହିଁ, ଆଜି ଆସିପାରେ ବଡ଼ ନିଷ୍ପତ୍ତି

Oct 03, 2026 - 14:09
Odisha Student Elections: ଛାତ୍ର ସଂସଦ ନିର୍ବାଚନ ହେବ ନା ନାହିଁ, ଆଜି ଆସିପାରେ ବଡ଼ ନିଷ୍ପତ୍ତି

ଆଜି ଛାତ୍ର ସଂସଦ ନିର୍ବାଚନକୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି। ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ଶିକ୍ଷାବର୍ଷରେ ହେବ କି ନାହିଁ, ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଏନେଇ ଆଜି ଲୋକଭବନରେ ବସିଛି କୁଳପତିମାନଙ୍କ ବୈଠକ । ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ବିଶ୍ବବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥା, ପ୍ରଶାସନିକ କାର୍ଯ୍ୟ ଓ ଭିତ୍ତଭୂମି ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ବିଶେଷ କରି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ଅଣଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। 

ଛାତ୍ର ସଂସଦ ନିର୍ବାଚନ ନିଷ୍ପତ୍ତିକୁ ଅପେକ୍ଷା
ଆଜି ଛାତ୍ର ସଂସଦ ନିର୍ବାଚନକୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି
ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଲୋକଭବନରେ କୁଳପତିମାନଙ୍କ ବୈଠକ
ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତିମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।