Nandigram Injury Row Returns: ନିର୍ବାଚନ ବେଳେ ମମତାଙ୍କ ଗୋଡ଼ ଆଘାତ ‘ନାଟକ’ ଥିଲା! ତଦନ୍ତ ନିର୍ଦ୍ଦେଶ ଦେଲେ CM ଶୁଭେନ୍ଦୁ
୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମମତା ବାନାର୍ଜୀଙ୍କ ଗୋଡ଼ ଆଘାତକୁ ନେଇ ନୂଆ ବିବାଦ। ଆଘାତ ଘଟଣାକୁ ମମତା ନାଟକ ରଚିଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ଶୁଭେନ୍ଦୁ କହିଛନ୍ତି, ୨୦୨୧ରେ ନନ୍ଦିଗ୍ରାମରେ ପ୍ରଚାର ସମୟରେ ମମତା ନିଜ ଗୋଡ଼ରେ ଆଘାତ ଲାଗିଥିବା ନେଇ ମିଥ୍ୟା ଦାବି କରିଥିଲେ। ତାଙ୍କ ପାଖରେ ଥିବା ମେଡିକାଲ ରିପୋର୍ଟରେ ହାଡ଼ ଭାଙ୍ଗିବା କିମ୍ବା ହାଡ଼ ଖସିବାର କୌଣସି ପ୍ରମାଣ ନଥିବା ସେ ଦାବି କରିଛନ୍ତି। ଅକ୍ଟୋବର ୯ ପରେ ଏନେଇ ଅଧିକ ତଥ୍ୟ ରଖିବେ ବୋଲି କହିଛନ୍ତି। ଉପନିର୍ବାଚନ ପାଇଁ ଏବେ ଆଚରଣ ବିଧି ଲାଗୁ ହୋଇଛି।
୨୦୨୧ରେ କ’ଣ ଘଟିଥିଲା?
୨୦୨୧ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମର ବିରୁଲିଆ ଅଞ୍ଚଳରେ ପ୍ରଚାର ସମୟରେ ମମତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା। ପ୍ରଥମେ କିଛି ଅଜଣା ବ୍ୟକ୍ତି ତାଙ୍କୁ ଠେଲି ଦେବାରୁ କାର୍ର ଖୋଲା ଡୋରରେ ଧକ୍କା ଲାଗିଥିବା ସେ କହିଥିଲେ। ପରେ ଭିଡ଼ରେ ଆଘାତ ଲାଗିଥିବା ନେଇ ଏକ ଭିଡିଓରେ ସ୍ପଷ୍ଟ କରିଥିଲେ।
ତାଙ୍କୁ କୋଲକାତାର SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ରିପୋର୍ଟରେ ବାମ ଗୋଡ଼ର ଗୋଇଠି ଓ ପାଦରେ ହାଡ଼ ଏବଂ ଲିଗାମେଣ୍ଟର ଗୁରୁତର ଆଘାତ ଥିବା ଉଲ୍ଲେଖ ହୋଇଥିଲା। ପରେ ସେ ହ୍ୱିଲ୍ଚେୟାରରେ ବସି ନିର୍ବାଚନ ପ୍ରଚାର କରିଥିଲେ।
TMCର ପାଲଟା ଜବାବ
ଶୁଭେନ୍ଦୁଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି TMC ବିଧାୟକ କୁନାଲ ଘୋଷ। ସେ କହିଛନ୍ତି, ହାଡ଼ ନଭାଙ୍ଗିଲେ ମଧ୍ୟ ଗୁରୁତର ଆଘାତ କିମ୍ବା ହାଡ଼ ଭାଙ୍ଗିବା ଭଳି ଆଘାତରେ ବ୍ୟାଣ୍ଡେଜ୍ ଆବଶ୍ୟକ ହୋଇପାରେ। ମୁଖ୍ୟମନ୍ତ୍ରୀ ଏବେ ସରକାର ଚଳାଉଥିବାରୁ ଯେକୌଣସି ଦାବି କରିପାରିବେ ବୋଲି ସେ କଟାକ୍ଷ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।