Odisha Student Union Elections: Nominations Begin Today
#ଆଜି_ନାମାଙ୍କନ #କେମିତି_ରହିଛି_କ୍ୟାମ୍ପସ_ମାହୋଲ୍ ?
ବଢିଲାଣି ଛାତ୍ର ସଂସଦ ନିର୍ବାଚନ ତାତି । ଗରମ ହେଲାଣି କ୍ୟାମ୍ପସ୍। ଆରମ୍ଭ ହେଲା କାଉଣ୍ଟଡାଉନ୍ । ଆଜି ହେବ ନୋମିନେସନ୍। ସକାଳ ୧୦ଟାରୁ ଗୋଟାଏ ଭିତରେ ନାମାଙ୍କନ ଭରିବେ ପ୍ରାର୍ଥୀ । ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ହେବ ପ୍ରାର୍ଥିପତ୍ର ଯାଞ୍ଚ । ଏହାପରେ ସନ୍ଧ୍ୟା ୫ଟା ସୁଦ୍ଧା ବୈଦ୍ଧ ନାମାଙ୍କନ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ ପ୍ରାର୍ଥୀ । ପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୮ ବର୍ଷ ପରେ କ୍ୟାମ୍ପସ୍ ଭୋଟ ହେଉଥିବାରୁ ଚାରିଆଡ଼େ ସରଗରମ ରହିଛି ମାହୋଲ। ମଇଦାନରେ ନିଜ ନିଜ ସପକ୍ଷରେ ଛାତ୍ରଛାତ୍ରୀଙ୍କୁ ନେବାକୁ ଜୋର୍ ଲଗାଇଦେଇଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ୧୩ ବିଶ୍ବବିଦ୍ୟାଳୟ ସମେତ ୩୨୮ଟି କଲେଜରେ ପ୍ରତ୍ୟକ୍ଷ ଭୋଟିଂ ହେଉଥିବାବେଳେ ୨୦୫ ଶିକ୍ଷାନୁଷ୍ଠାନରେ ହେଉଛି ସିଲେକସନ । ନାମାଙ୍କନ ପ୍ରକ୍ରିୟା ପରେ ୧୪ ତାରିଖରେ ଅନୁଷ୍ଠିତ ହେବ ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ। ଅକ୍ଟୋବର ୧୫ ଗୁରୁବାର ସକାଳ ୮ଟାରୁ ଅପରାହଣ ୨ଟା ଭିତରେ ହେବ ଭୋଟ୍ ଗ୍ରହଣ। ସେହିଦିନ ଅପରାହ୍ଣ ୨ଟାରୁ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ତା ପରଦିନ ନବ ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ସମାରୋହ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଶେଷ ଥର ଲାଗି ୨୦୧୭ରେ ଅନୁଷ୍ଠିତ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ।
#OdishaNews#StudentUnionElection#CampusElection#OdishaEducation#StudentPolitics#CollegeElections#UniversityNews#StudentLeaders#OdishaCampusPolls#StudentElection2026#CampusBuzz#OdishaTV#otv
The countdown to student union elections has begun across Odisha, with candidates filing their nominations today between 10 AM and 1 PM. Nomination papers will be scrutinised from 2 PM to 4 PM, and the list of valid nominations will be published by 5 PM. Candidates can withdraw their nominations tomorrow between 10 AM and 1 PM, with the final list of candidates scheduled for publication at 3 PM. After an eight-year gap, campus elections have generated renewed activity, with student organisations campaigning to win support from students. Direct elections will be held in 13 universities and 328 colleges, while 205 educational institutions will follow the selection process. The ‘Why I Stand For’ meeting is scheduled for October 14. Polling will take place on Thursday, October 15, from 8 AM to 2 PM, followed by vote counting and the announcement of results from 2 PM. The swearing-in ceremony for newly elected student representatives is scheduled for the following day. The last student union elections were held in 2017.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।