Odisha Targets April Panchayat Elections: ଭୋଟର ତାଲିକାରେ ହେବ ବଡ଼ ପରିବର୍ତ୍ତନ, ଘର ଘର ବୁଲି ସର୍ଭେ କରୁଛି ଆୟୋଗ
ଗୋଟିଏ ପରିବାରର ସମସ୍ତ ଭୋଟର୍, ଗୋଟିଏ ବୁଥ୍ ରେ ଦେବେ ଭୋଟ୍।
ଯେଉଁ ଅଂଚଳର ଲୋକ, ସେହି ଅଂଚଳର ନିକଟ ବୁଥ୍ ରେ କରିବେ ମତଦାନ।
ଏହି ଲକ୍ଷ୍ୟରେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଛି ଡୋର୍-ଟୁ-ଡୋର୍ ସର୍ଭେ।
ସହରଗୁଡ଼ିକରେ ଗୋଟିଏ ଅଂଚଳର ଲୋକେ 10-12ଟି ବୁଥ୍ କୁ ଯାଇ ଭୋଟ୍ ଦେଉଛନ୍ତି।
ସେହିଭଳି ଗ୍ରାମାଂଚଳରେ ଯେଉଁ ୱାର୍ଡରେ ଯାହା ନାଁ ରହିବା କଥା ରହୁନାହିଁ।
Advertisment ପ୍ରଥମ ଥର ଲାଗି ହେଉଥିବା ଏଭଳି ସର୍ଭେ ପରେ ଏକ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତ କରାଯିବ ବୋଲି ଓଟିଭିକୁ ଏକ ଏକ୍ସକ୍ଳୁସିଭ୍ ସାକ୍ଷାତକାର ଦେଇ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ।
ତେବେ ଭୋଟର୍ ତାଲିକାରେ ପୂର୍ବରୁ ହୋଇଥିବା SIR ବା ସ୍ବତନ୍ତ୍ର ସଘନ ସଂଶୋଧନ ସହ ଏହାର କୌଣସି ସଂପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସର୍ଭେ ବେଳେ ସମସ୍ତେ ଏଥିରେ ସହଯୋଗ କରିବାକୁ ଅପିଲ୍ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର୍।
ତେବେ ବାତ୍ୟା ଓ ବନ୍ୟା ଯୋଗୁଁ ସମସ୍ୟା ଉପୁଜିଥିବାରୁ ଗଞ୍ଜାମ ଜିଲ୍ଲାରେ ସର୍ଭେକୁ 2 ସପ୍ତାହ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ସପ୍ତାହେ ବଢ଼ାଯାଇଛି।
ଆସନ୍ତା ବର୍ଷ ଏପ୍ରିଲରେ ପଂଚାୟତ ଏବଂ ମେ ସୁଦ୍ଧା ପୌର ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।