Odisha Vigilance Raid: ଯନ୍ତ୍ରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ! ଘରୁ ମିଳିଲା ପୁଳା ପୁଳା ସୁନା ଆଉ ଦାମୀ ଗାଡ଼ି

Oct 23, 2026 - 11:30
Odisha Vigilance Raid: ଯନ୍ତ୍ରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ! ଘରୁ ମିଳିଲା ପୁଳା ପୁଳା ସୁନା ଆଉ ଦାମୀ ଗାଡ଼ି

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା R&B ସବ୍‌-ଡିଭିଜନର AEE ତପନ ସେଠୀ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି।

ଚଢ଼ାଉ ସମୟରେ ତିନି ମହଲା କୋଠା, ଦୁଇଟି ଦୁଇ ମହଲା କୋଠା, ତିନୋଟି ମୂଲ୍ୟବାନ ପ୍ଲଟ୍, ୫୫୦ ଗ୍ରାମ ସୁନା ଏବଂ ଏକାଧିକ ଗାଡ଼ି ଠାବ ହୋଇଥିବା ଜଣାପଡ଼ିଛି।

ଏପରିକି SBIର ମୁଖ୍ୟାଳୟରେ ଥିବା ଏକ ଲକର ଏଯାଏଁ ଖୋଲାଯାଇନାହିଁ।

ଲକର ଖୋଲିବା ପରେ ଆହୁରି କିଛି ସମ୍ପତ୍ତିର ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ, ଯନ୍ତ୍ରୀ ତପନ ସେଠୀଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଭିଜିଲାନ୍ସକୁ ଏକାଧିକ ଘର ଓ ଜମି ସମ୍ପର୍କରେ ତଥ୍ୟ ମିଳିଛି।

କଟକର ସିଡିଏ ଅଞ୍ଚଳରେ ଏକ ତିନି ମହଲା କୋଠା ଠାବ ହୋଇଥିବା ବେଳେ ପୁରୀରେ ଏକ ଦୁଇ ମହଲା କୋଠା ରହିଛି।

ସେହିପରି ଭୁବନେଶ୍ୱରର କଣ୍ଟାବାଡ଼ ଅଞ୍ଚଳରେ ମଧ୍ୟ ଆଉ ଏକ ଦୁଇ ମହଲା କୋଠା ଠାବ ହୋଇଛି।

ଏହାବ୍ୟତୀତ ଭୁବନେଶ୍ୱର ଓ କଟକରେ ତିନୋଟି ମୂଲ୍ୟବାନ ପ୍ଲଟ୍ ଥିବା ଜଣାପଡ଼ିଛି।

ଏହି ସମସ୍ତ ସମ୍ପତ୍ତିର ମୂଲ୍ୟ ଏବଂ ଏହାର ଆୟ ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି।

ଘରୁ ମିଳିଲା ୫୫୦ ଗ୍ରାମ ସୁନା ଚଢ଼ାଉ ସମୟରେ ତପନ ସେଠୀଙ୍କ ଘରୁ ୫୫୦ ଗ୍ରାମ ସୁନା ଠାବ ହୋଇଛି।

ଏହା ସହ ଦୁଇଟି ଚାରିଚକିଆ ଗାଡ଼ି ଏବଂ ଦୁଇଟି ବାଇକ୍‌ର ସନ୍ଧାନ ମିଳିଛି।

ଗୋଟିଏ ପଟେ ସୁନା ଓ ଗାଡ଼ି, ଅନ୍ୟପଟେ ଏକାଧିକ ସହରରେ ଘର ଓ ଜମି ଠାବ ହେବା ପରେ ତଦନ୍ତର ପରିସର ବଢ଼ିଛି।

SBI ଲକର ଖୋଲିଲେ ମିଳିପାରେ ଆହୁରି ତଥ୍ୟ ଏହି ଚଢ଼ାଉରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟାଳୟରେ ଥିବା ଏକ ଲକର ଏଯାଏଁ ଖୋଲାଯାଇନାହିଁ।

ଲକର ଖୋଲିବା ପରେ ସେଥିରୁ ସୁନା, ନଗଦ ଟଙ୍କା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ସମ୍ପର୍କରେ ତଥ୍ୟ ମିଳିପାରେ।

ତେବେ ଲକରରେ କ'ଣ ରହିଛି, ସେନେଇ ଏବେଠାରୁ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ।।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।