Balianta Murder Case: ବାଲିଅନ୍ତାରେ ବର୍ବରତା; ଯୁବକଙ୍କୁ ପିଟି ପିଟି ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ
ବାଲିଅନ୍ତା ମର୍ଡର ଘଟଣା ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ।
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ପାଟଣା ଗାଁରେ ପୁଣି ବର୍ବରତା ଦେଖିବାକୁ ମିଳିଛି।
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି।
ମୃତ ଯୁବକ ହେଲେ ସ୍ମୃତି ରଞ୍ଜନ ମାର୍ଥା।
ତିନି ଦିନ ତଳେ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ।
Advertisment ଗତକାଲି ତାଙ୍କର ମୃତ୍ୟୁ ହୋଇଛି।
ଅଭିଯୋଗ ପରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କିଛି ଜଣ ଫେରାର ଥିବା ସୂଚନା ମିଳିଛି।
ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।
ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଲିଅନ୍ତା ଥାନା ଘେରାଉ କରିଥିଲେ ଉତ୍ୟକ୍ତ ଲୋକେ।
ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।