Odisha Vigilance ୩୫ ହଜାର ଟଙ୍କା ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଲେ ସିଉଳା ଆର୍ଆଇ ଓ ଏଆର୍ଆଇ
"ଭୁବନେଶ୍ବର/ପିପିଲି: ଏକ ଚାଷ ଜମିର ଘରବାରି କିସମ ପରିବର୍ତନ ପାଇଁ ଆବେଦନକାରୀଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ପିପିଲି ତହସିଲ ଅଧୀନ ସିଉଳା ରାଜସ୍ୱ ନିରୀକ୍ଷକ କଲ୍ୟାଣୀ ଜେନା ଓ ସହ ରାଜସ୍ୱ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ରଙ୍ଗେହାତ ଧରାପଡ଼ିଛନ୍ତି।
Advertisment Vigilance Court Verdict ୯ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପିଡି ଓ ଠିକାଦାର ଦୋଷୀ ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଧଉଳି ଅଞ୍ଚଳର ରଶ୍ମି ରଞ୍ଜନ ପଣ୍ଡା ନିଜ ଚାଷ ଜମିର ଘରବାରି କିସମ ପରିବର୍ତ୍ତନ ପାଇଁ ଅନ୍ଲାଇନ୍ ଆବେଦନ କରିଥିଲେ।
ନଜର ଆବେଦନର ଅଗ୍ରଗତି ସମ୍ପର୍କରେ ସେ ଉଭୟ ଏଆର୍ଆଇ ଓ ଆର୍ଆଇଙ୍କୁ ସାକ୍ଷାତ କରିଥିଲେ।
ତେବେ ଏଥିପାଇଁ ସେମାନେ ୩୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
Vigilance Raid: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କ ଶାଶୂଘରେ ଚଢ଼ାଉଏ ସମ୍ପର୍କରେ ଅଭିଯୋଗକାରି ଶ୍ରୀ ପଣ୍ଡା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଭିତ୍ତିରେ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ୨୦/୫-୯-୨୦୨୬ରେ ମାମଲା ରୁଜୁ କରିଥିଲା।
ଯୋଜନା ଅନୁସାରେ ଶ୍ରୀ ପଣ୍ଡା ୩୫ ହଜାର ଟଙ୍କା ଦେବାବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ ଦୁହିଁଙ୍କୁ କାବୁ କରି ନେଇଥିଲା ।
ଅନ୍ୟପକ୍ଷରେ ରାଜସ୍ୱ ନିରୀକ୍ଷକ ଶ୍ରୀମତୀ ଜେନାଙ୍କର ବ୍ରହ୍ମକୁମୁଡ଼, ଅଚ୍ୟୁତପୁର, ଚନ୍ଦନପୁର, ଭୁବନେଶ୍ୱରର ରସୁଲଗଡ଼ ଘର ଉପରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।
ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ୨୦/୨୬ରେ ୭ପିସି ଆମେଣ୍ଡମେଣ୍ଡ ୨୦୧୮ ଅନୁସାରେ ଏକ ମାମଲା ରୁଜୁ ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।