Job: ସାମସଙ୍ଗରେ ୧୦୦ ଅଧିକାରୀଙ୍କୁ ଛଟେଇ
"ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନି ସାମସଙ୍ଗ ଭାରତରେ ପ୍ରାୟ ୧୦୦ ଜଣ ଅଧିକାରୀଙ୍କୁ ଚାକିରିରୁ ଛଟେଇ କରିଛି।
କମ୍ପାନିର ଟେଲିଭିଜନ୍ ଓ ଘରୋଇ ଉପକରଣ ବ୍ୟବସାୟରେ ଏହି ଛଟେଇ ହୋଇଛି।
ଗତ କିଛି ଦିନ ହେବ କମ୍ପାନି କର୍ମଚାରୀଙ୍କୁ ନୋଟିସ୍ ପଠାଉଛି।
କିଛି କର୍ମଚାରୀଙ୍କୁ ନୋଟିସ୍ ପିରିୟଡ୍ର ସୁଯୋଗ ନ ଦେଇ ଚାକିରି ଛାଡ଼ିବାକୁ କୁହାଯାଇଛି।
Advertisment କର୍ମଚାରୀଙ୍କୁ ନୋଟିସ୍ ପିରିୟଡ୍ ଶେଷ କରିବାର ସୁଯୋଗ ନଦେଇ ତୁରନ୍ତ ଚାକିରି ଛାଡ଼ିବାକୁ କୁହାଯାଇଥିବା ମଧ୍ୟ ଜଣାପଡ଼ିଛି।
ନିର୍ଦ୍ଦେଶକ ସ୍ତରର ଅଧିକାରୀ, ଟିମ୍ ଲିଡର୍, ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀ, ଶାଖା ପ୍ରବନ୍ଧକ ଓ ଏରିଆ ମ୍ୟାନେଜର୍ ବର୍ଗରେ ଛଟେଇ ହୋଇଛି।
Fake job: ଚାକିରି ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ ସୂଚନା ଅନୁସାରେ ଆଗାମୀ ଦିନରେ ସାମସଙ୍ଗର ଛଟେଇ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।
ଏହାର ସେଲ୍ସ, ମାର୍କେଟିଂ ଓ ଇଲେକ୍ଟ୍ରୋନିକ୍ସ ବ୍ୟବସାୟରେ ୨୫ ପ୍ରତିଶତ ଛଟେଇ ହୋଇପାରେ।
କେବଳ ଇଲେକ୍ଟ୍ରୋନିକ୍ସ କାରବାର ପାଇଁ ୬୦୦ ପାଖାପାଖି ଅଧିକାରୀ କାମ କରୁଛନ୍ତି।
ସେଥିରୁ ୧୫୦ ଜଣ ଚାକିରି ହରାଇବା ଆଶଙ୍କା ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।