Odisha Weather: Cyclonic Circulation Enters Andaman Sea, Cyclone Threat Still Unclear
#ସକ୍ରିୟ_ଘୂର୍ଣ୍ଣିବଳୟ #ହେବ_କି_ବାତ୍ୟା?
ଆଣ୍ଡାମାନ ସାଗର ଭିତରକୁ ପ୍ରବେଶ କଲା ସକ୍ରିୟ ଘୂର୍ଣ୍ଣିବଳୟ। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ପଶ୍ଚିମ ଦିଗ ମୁହାଁ ହୋଇ ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ପ୍ରବେଶ କରିଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୨୧ କିମ୍ବା ୨୨ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା କରାଇବ। ୨୨ ତାରିଖ ଅର୍ଥାତ ଆସନ୍ତା ମଙ୍ଗଳବାର ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ। ସେହିଭଳି ୨୩ ତାରିଖରେ ମାଲକାନଗିରି ଓ କୋରାପୁଟକୁ ଅରେଞ୍ଜ ଏବଂ ବାକି ୨୮ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖିଛି ପାଣିପାଗ କେନ୍ଦ୍ର। ୨୪ ତାରିଖରେ ବର୍ଷାର ପରିମାଣ ଆହୁରି ବଢିବା ଆଶଙ୍କା କରାଯାଉଛି। ସେହିଦିନ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂରେ ରଖାଯାଇଛି। ତେବେ ଏହା ବାତ୍ୟାରେ ପରିଣତ ହେବ ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ଲଘୁଚାପ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।
#OdishaWeather#CyclonicCirculation#LowPressure#CycloneAlert#HeavyRain#OrangeAlert#YellowWarning#IMD#AndamanSea#OdishaNews#OdishaTV#OTV
An active cyclonic circulation that formed over North Thailand has moved westwards into the North Andaman Sea and adjoining areas. A low-pressure area is expected to form by tomorrow evening, after which the system may gradually intensify and move west-northwestwards. Odisha is likely to experience heavy to very heavy rainfall, with orange and yellow warnings issued for several districts on September 22, 23 and 24. However, whether the system will intensify into a cyclone remains unclear, with weather scientists saying a clearer picture is expected after the low-pressure area forms.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।