Odisha: ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ପକ୍ଷ ରଖିଲେ ସରକାର: ଆଇନ ଓଡ଼ିଶା ହିତରେ
"ଭୁବନେଶ୍ବର: ଖଣି ସଂଶୋଧନ ଆଇନ ୨୦୨୬କୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି।
ଏହି ପ୍ରସଙ୍ଗ ଉପରେ ସରକାର ନିଜ ପକ୍ଷ ରଖି ଏହି ଆଇନ ଓଡ଼ିଶା ହିତରେ ବୋଲି କହିଛନ୍ତି।
ବିରୋଧୀ ଉଠାଇଥିବା ଆପତ୍ତିଗୁଡ଼ିକ ଉପରେ ସ୍ପଷ୍ଟୀକରଣ ଜାରି କରିଛନ୍ତି।
ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ସରକାର ଜଣାଇଛନ୍ତି ଯେ ରୟାଲ୍ଟି (ଲୁହାପଥର ଉପରେ ୧୫%), ନିଲାମ ପ୍ରିମିୟମ, ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମ୍ଏଫ୍), ଏନ୍ଏମ୍ଇଟି ଅବଦାନ ଏବଂ ବାଲି, ମୋରମ ଓ ଗୋଡ଼ି ଭଳି ୫୦ ଲଘୁ ଖଣିଜରେ ହାତ ମରାଯାଇନାହିଁ।
ସେଥିରୁ ସଂଗୃହୀତ ରାଶି ୧୦୦ ପ୍ରତିଶତ ରାଜ୍ୟମାନଙ୍କୁ ମିଳିବ।
ସରକାର ଜଣାଇଛନ୍ତି ଯେ ଓଡ଼ିଶାରେ ନିଲାମ ହୋଇଥିବା ୭୯ ଖଣି ମଧ୍ୟରୁ ୩୫ଟି ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଛି।Advertisment NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ ସରକାର ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ନିଲାମ ପ୍ରିମିୟମ ବାବଦରେ ୭୮,୦୦୦ କୋଟି ଟଙ୍କା ପାଇଛନ୍ତି।
ଖଣି କାର୍ଯ୍ୟ ଜାରି ରହିଲେ ରାଜ୍ୟ ରୟାଲ୍ଟି, ପ୍ରିିିମିୟମ ଓ ଡିଏମ୍ଏଫ୍ ପାଇବା ଜାରି ରଖିବ।
କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲା ପାଇଁ ପଡ଼ିରହିଥିବା ଖଣି ନୁହେଁ, ଉତ୍ପାଦକ ଅର୍ଥନୈତିକ ସମ୍ପତ୍ତି ଆବଶ୍ୟକ।
ଖଣି ଉପରେ ଟିକସ ବଢ଼ିଲେ ତାହାର ପ୍ରଭାବ ବିଦ୍ୟୁତ୍, ସିମେଣ୍ଟ ଓ ଇସ୍ପାତ ଉପରେ ପଡ଼ିଥାଏ ଯାହାର ବୋଝକୁ ଶେଷରେ ଖାଉଟିଙ୍କୁ ଉଠାଇବାକୁ ପଡ଼େ।
ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ଜରିଆରେ "ଗୋଟିଏ ଦେଶ, ଗୋଟିଏ ଖଣିଜ ବଜାର, ଗୋଟିଏ ଖଣିଜ ଟିକସ" ଲକ୍ଷ୍ୟ ରଖାଯାଇଥିବା ସରକାର କହିଛନ୍ତି।
Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ବିରୋଧୀମାନେ ଉଠାଇଥିବା ପ୍ରସଙ୍ଗ ଉପରେ ନିଜ ମତ ରଖି ସରକାର ଜଣାଇଛନ୍ତି ଯେ ଧାରା ୯ଡିରେ ଓଡ଼ିଶା ଅତିରିକ୍ତ ଖଣି ଟିକସ ଲଗାଇବାର ସ୍ବାଧୀନତା ହରାଇବ ବୋଲି ପ୍ରଚାର କରାଯାଉଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମତ ଦେଉଛି ଏହା ପ୍ରକଳ୍ପର ସ୍ଥାୟିତ୍ବକୁ ସୁରକ୍ଷିତ କରିବ।
ନୂଆ ସେସ୍ରୁ ହେବାକୁ ଥିବା ଆୟ ରାଜ୍ୟର କ୍ଷତି ବୋଲି ବିରୋଧୀ କହୁଛନ୍ତି।
କିନ୍ତୁ ଖଣି କାର୍ଯ୍ୟ ନିରନ୍ତର ଜାରି ରହିଲେ ରୟାଲ୍ଟି, ନିଲାମ ପ୍ରିମିୟମ, ଡିଏମ୍ଏଫ୍ ଆଦି ଜାରି ରହିବ ବୋଲି ସରକାର ଜଣାଇଛନ୍ତି।
ଖଣି କମ୍ପାନିଗୁଡ଼ିକ ଅତିରିକ୍ତ ଟିକସ ସହ୍ୟ କରିପାରିବେ ବୋଲି ବିରୋଧୀ କହୁଥିବା ବେଳେ ସରକାର କହିଛନ୍ତି ଯେ ଦୀର୍ଘକାଳୀନ ଓ ପୁଞ୍ଜି ଆବଶ୍ୟକ କରୁଥିବା ପ୍ରକଳ୍ପର ନିବେଶ ନିଷ୍ପତ୍ତି ଗ୍ରହଣ କରିବା ବେଳେ ବିତ୍ତୀୟ ଅନିଶ୍ଚିତତାକୁ ବିଚାରକୁ ନିଆଯାଏ।
ଖଣିଜ ଟିକସ ଖଣି କମ୍ପାନିଗୁଡ଼ିକ ଦେଉଥିବା ପ୍ରଚାର ହେଉଥିବା ବେଳେ ଉଚ୍ଚ ଉତ୍ତୋଳନ ଖର୍ଚ୍ଚ ପ୍ରକୃତରେ ଇସ୍ପାତ, ସିମେଣ୍ଟ, ବିଦ୍ୟୁତ, ଘର ଓ ନିର୍ମାଣ ଖର୍ଚ୍ଚ ବୃଦ୍ଧିର କାରଣ ହୋଇଥାଏ।
ସ୍ଥିର ଜାତୀୟ ନିୟମ ରହିଲେ କ୍ରିଟିକାଲ୍ ଓ ଗୁରୁତ୍ବପୂର୍ଣ୍ଣ ଖଣିଜ ସମ୍ପଦରେ ନିବେଶ ବୃଦ୍ଧି ପାଇବ ବୋଲି ସରକାର ଜଣାଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।