Odisha: ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କର: ୧୮୪ତମ ଏସ୍ଏଲ୍ବିସି ବୈଠକରେ ଉନ୍ନୟନ କମିସନରଙ୍କ ଆହ୍ବାନ
ଭୁବନେଶ୍ୱର: ସମସ୍ତ କ୍ଷେତ୍ରରେ ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଭିଜନ୍ ସଫଳ କରିବା ଦିଗରେ ସମସ୍ତ ବ୍ୟାଙ୍କ୍ ରାଜ୍ୟ ସରକାରଙ୍କ ସହ ସହଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଉନ୍ନୟନ କମିସନର୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ବ୍ୟାଙ୍କଗୁଡ଼ିକୁ ଆହ୍ବାନ କରିଛନ୍ତିl ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ୍ କମିଟି(ଏସ୍ଏଲ୍ବିସି)ର ୧୮୪ତମ ବୈଠକରେ ଶ୍ରୀ ସିଂହ ଅଧ୍ୟକ୍ଷତା କରି ସବୁ ବ୍ୟାଙ୍କ୍ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତିର ନେତୃତ୍ୱ ନେବା ନିମନ୍ତେ ଓଡ଼ିଶା ଏବେ ପ୍ରସ୍ତୁତ ହେଉଛି ବୋଲି ସେ କହିଥିଲେ।
Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ
ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର କେନ୍ଦ୍ର ତଥା ରାଜ୍ୟସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ରୂପାୟନ ନିମନ୍ତେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେl କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରକୁ ପ୍ରାଥମିକତା ଦେଇ ଆର୍ଥିକ ବର୍ଷ ୨୦୨୬-୨୭ ନିମନ୍ତେ ଧାର୍ଯ୍ୟ ବାର୍ଷିକ ଋଣ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର ଋଣ ଜମା ଅନୁପାତକୁ ଜାତୀୟ ହାର ସହ ସମକକ୍ଷ କରିବାର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିବା ସହ ରାଜ୍ୟରେ ଅଟଳ ପେନସନ୍ ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ l ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ନେଟୱର୍କ ସମ୍ପ୍ରସାରଣ ସହ ବ୍ୟାଙ୍କିଂ ସେବାର ସୁବିଧା ବୃଦ୍ଧି ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା l ଏଥିସହ ଜମାକାରୀ ଶିକ୍ଷା ଓ ସଚେତନତା ପାଣ୍ଠି ଖାତାରେ ଜମା ଥିବା ଅର୍ଥରାଶି ସମ୍ପୃକ୍ତ ବ୍ୟକ୍ତି ଓ ସରକାରୀ କାର୍ଯ୍ୟାଳୟକୁ ଫେରସ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା।
Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ, ଏମ୍ଏସ୍ଏମ୍ଇ ଏବଂ ମିସନ ଶକ୍ତି ବିଭାଗର ସଚିବବୃନ୍ଦ, ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀବୃନ୍ଦ, ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏସ୍ଏଲ୍ବିସିର ଆବାହକ, ନାବାର୍ଡର ସିଜିଏମ୍ ଏବଂ ବିଭିନ୍ନ ବ୍ୟାଙ୍କର ରାଜ୍ୟସ୍ତରୀୟ ନିୟନ୍ତ୍ରଣ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।