Officer Uttam Sharma: ଆଇଏଫ୍ଏସ୍ ଅଧିକାରୀ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଶାବକର ମୃତ୍ୟୁ ଗଭୀର ଆଘାତ ଦେଇଛି’
ଭୋପାଳ: ମଧ୍ୟପ୍ରଦେଶ ର କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତା ସିୟାୟା ବା ଜ୍ବାଲା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ଏକ ମାଈ ଚିତା ଶାବକ ର ମୃତ୍ୟୁ ଘଟିଥିବା ମଙ୍ଗଳବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଜନୈକ ବରିଷ୍ଠ ବନ ଅଧିକାରୀଙ୍କ କହିବା ଅନୁସାରେ, ସେମାନେ ଉକ୍ତ ଦୁଇ ମାସର ଚିତା ଶାବକର ମୃତ୍ୟୁର କାରଣ ଅନୁଧ୍ୟାନ କରୁଛନ୍ତି।
ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଶଶା ଓ ଉଦୟର ମୃତ୍ୟୁ ଘଟିଥିଲା।
ତୃତୀୟ ଚିତା ଦକ୍ଷାର ଗତ ମେ ୯ ତାରିଖରେ ମୃତ୍ୟୁ ହୋଇଥିଲା।
ନାମିବୀୟ ମାଈ ଚିତା ସିୟାୟା, ଯାହାକୁ ପରେ ଜ୍ବାଲା ବୋଲି ନାମ ଦିଆଯାଇଥିଲା, ସେ ଗତ ମାର୍ଚ୍ଚ ମାସରେ ଚାରୋଟି ଛୁଆଙ୍କୁ ଜନ୍ମ ଦେଇଥିଲା।
ଦୁଇଟି ପର୍ଯ୍ୟାୟରେ ଭାରତକୁ ୨୦ଟି ଚିତା ଅଣାଯାଇଥିଲା।
ସେପ୍ଟେମ୍ବର ୧୭, ୨୦୨୨ରେ ନାମିବ୍ୟାରୁ ୮ଟି ଓ ଫେବ୍ରୁଆରି ୧୮, ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାଙ୍କୁ ଅଣାଯାଇଥିଲା।
Advertisment ଚିତା ଶାବକର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ୧୯ ମାସର ଏକ ଚିତା ଶାବକର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି।
ଏହି ଘଟଣା ବନ୍ୟଜନ୍ତୁ ସଂରକ୍ଷଣ ସହ ଜଡ଼ିତ ଲୋକଙ୍କୁ ମର୍ମାହତ କରିଛି।
ଶାବକର ମୃତ୍ୟୁ ପରେ କୁନୋ ଜାତୀୟ ଉଦ୍ୟାନର ଫିଲ୍ଡ ଡାଇରେକ୍ଟର ତଥା ଆଇଏଫ୍ଏସ୍ ଅଧିକାରୀ ଉତ୍ତମ ଶର୍ମା ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ କରିଛନ୍ତି।
ସେ କହିଛନ୍ତି ଯେ ଏହି ଶାବକର ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଛି।
ଅନ୍ୟପକ୍ଷରେ ବନ୍ୟଜନ୍ତୁ କର୍ମୀମାନେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।
"KNG22ର ମୃତ୍ୟୁ ହୃଦୟକୁ ଭାଙ୍ଗିଦେଇଛି।
ତାକୁ ଏଭଳି ଦୁଃଖଦ ଭାବେ ହରାଇବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଏହି ଦୁଃଖକୁ ସହଜରେ ଗ୍ରହଣ କରିବା କଷ୍ଟକର।
ଭାରତୀୟ ଜଙ୍ଗଲରେ ଚିତାଙ୍କୁ ଆଉ ଏକ ସୁଯୋଗ ଦେବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।
କୁନୋ ଅଞ୍ଚଳର ଲୋକମାନେ ଚିତାଙ୍କୁ ସେହିଭଳି ଆପଣାଇବା ସହ ସେମାନଙ୍କୁ ନେଇ ଗର୍ବ କରନ୍ତୁ, ଯେପରି ଗୁଜରାଟର ଲୋକେ ଏସୀୟ ସିଂହଙ୍କୁ ନେଇ ଗର୍ବ କରନ୍ତି ବୋଲି ସେ ଅନୁରୋଧ କରିଛନ୍ତି।
ଭାରତ ଇତିହାସ ରଚୁଛି ଏବଂ ଏହି ସଂରକ୍ଷଣ ଅଭିଯାନରେ ସମସ୍ତେ ସାମିଲ ହେବା ଆବଶ୍ୟକ।
ମତଭେଦ ଓ ତର୍କବିତର୍କ ପରେ ମଧ୍ୟ ହୋଇପାରିବ, କିନ୍ତୁ ବର୍ତ୍ତମାନ ଚିତାଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ ।' ବନ ବିଭାଗ ରୁ ମିଳିଥିବା ସୂଚନା ଅନୁସାରେ, ୧୯ ମାସର ଏହି ଅଣ୍ଡିରା ଚିତା ଶାବକଟି ୨୫ ଅକ୍ଟୋବର ସନ୍ଧ୍ୟାରେ ଶ୍ୟୋପୁର ନିକଟବର୍ତ୍ତୀ ମୋରେନା ଜିଲ୍ଲାର ଏକ ଆଞ୍ଚଳିକ ଜଙ୍ଗଲ ଅଞ୍ଚଳରେ ଆହତ ଅବସ୍ଥାରେ ମିଳିଥିଲା।
ନିରୀକ୍ଷଣ ଟିମ୍ ଶାବକଟିକୁ ଉଦ୍ଧାର କରି ପ୍ରଥମେ କୁନୋ ଆଣିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଜବଲପୁର ପଠାଯାଇଥିଲା।
ଚିକିତ୍ସା ସମୟରେ ଯାଞ୍ଚ କରାଯିବାରୁ ତା'ର ପେଟ ଭିତରୁ ୩ରୁ ୪ଟି ଧାତୁର ଛର୍ରା ମିଳିଥିଲା।
ଏହାପରେ ଶାବକଟି କୌଣସି ସନ୍ଦେହଜନକ ଗୁଳିମାଡ଼ର ଶିକାର ହୋଇଥାଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରିଥିଲେ।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଶାବକଟିର ମୃତ୍ୟୁ ହୋଇଥିଲା।
ହେଲିକପ୍ଟରରେ ଥିଲେ ୬ ଜଣ, ଯୋଶୀମଠ ନିକଟରେ ହେଲା ଦୁର୍ଘଟଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।