Oil: ପେଟ୍ରୋଲ୍ ବିକ୍ରିରେ ୫, ଡିଜେଲ୍ରେ ୨୩ ଟଙ୍କା କ୍ଷତି
"ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାରକୁ ବୃଦ୍ଧି ପାଇଛି।
ଫଳରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ପିଛା ୨୩ ଟଙ୍କାର କ୍ଷତି ସହୁଥିବା କହିଛନ୍ତି।
ଏଲ୍ପିଜି ସିଲିଣ୍ଡର ପିଛା ମଧ୍ୟ ୨୦୦ ଟଙ୍କା ହରାଉଛନ୍ତି।Advertisment ଶେଷ ଥର ଗତ ମେ ୨୫ରେ ପେଟ୍ରୋଲ ଦର ଲିଟରକୁ ୨ ଟଙ୍କା ୬୧ ପଇସା ଓ ଡିଜେଲ ୨ ଟଙ୍କା ୭୧ ପଇସା ବଢ଼ିଥିଲା।
ତା"ପରଠାରୁ ତିନି ମାସ ହେଲାଣି ଦର ଅପରିବର୍ତ୍ତିତ ରହିଛି।
ଗତ ଫେବ୍ରୁଆରିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବାର ଦୁଇ ମାସ ପ୍ରାୟ ଦୁଇ ମାସ ପରେ ଚାରି ଥରରେ ପେଟ୍ରୋଲ ଦର ଲିଟରକୁ ୭ ଟଙ୍କା ୩୫ ପଇସା ଓ ଡିଜେଲ ୭ ଟଙ୍କା ୫୩ ପଇସା ବଢ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।