Old-Age Pension Misappropriation ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର: ଚହକା ପିଇଓ ଗିରୀଶ ଚନ୍ଦ୍ର ସାବରଙ୍କୁ ୪ ବର୍ଷ କାରଦଣ୍ଡ
ଭୁବନେଶ୍ବର: ଅସହାୟ ବୁଢ଼ାବୁଢ଼ିଙ୍କୁ ଦିଆଯାଉଥିବା ମାସିକ ଭତ୍ତା ଟଙ୍କା ଆତ୍ମସାତ ମାମଲାରେ କଳାହାଣ୍ଡି ଜିଲ୍ଳଶ ଗୋଲମୁଣ୍ଡା ବ୍ଲକ ଚହକା ପଞ୍ଚାୟତର ପଞ୍ଚାୟତ ନିର୍ବାହ ଅଧିକାରୀ (ପିଇଓ) ଗିରୀଶ ଚନ୍ଦ୍ର ସାବରଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି।
Advertisment PEO bribery case ବରଗଡ଼ର ଲାଞ୍ଚୁଆ ପିଇଓଙ୍କୁ ୪ ବର୍ଷ ଜେଲ୍ ଆସାମୀ ସାବର ପୂର୍ବରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ସିରୋଲ ଓ ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ।
ବର୍ତ୍ତମାନ ସେ ଗୋଲାମୁଣ୍ଡା ବ୍ଲକ୍ର ଚହକା ଗ୍ରାମ ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟକରୁଛନ୍ତି।
PEO corruption Vigilance ୧୨ ଲକ୍ଷଟଙ୍କା ଆତ୍ମସାତ କରି ରତନପୁର ପିଇଓ ଗିରଫ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍) ପକ୍ଷରୁ ପ୍ରକାଶିତ ପ୍ରେସ୍ ସୂଚନାନୁସାରେ, ସିରୋଲ ଓ ଗୋକୁଳେଶ୍ୱର ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(c) ଏବଂ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୦୯ ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଥିଲା।
Madhu Babu Pension Scheme ମିଳିମିଶି ଖାଇଗଲେ ଦିବ୍ୟାଙ୍ଗ, ବିଧବାଙ୍କ ୩୦ଲକ୍ଷ ଭତ୍ତା ଟଙ୍କା, ୨ ପିଇଓ ଗିରଫ ଏହି ମାମଲାରେ ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ନଭେମ୍ବର ୬ ତାରିଖରେ ଅଭିଯୁକ୍ତ ସାବରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ସାଧାରଣ କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ଅନ୍ୟପକ୍ଷରେ, ଦୋଷୀ ସାବ୍ୟସ୍ତ ହୋଇଥିବା ଗିରୀଶ ଚନ୍ଦ୍ର ସାବରଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।