06 NOVEMBER 2026

Welcome!

Unlock your personalized experience.
Sign Up

AI device ‘Temple’: ମସ୍ତିଷ୍କ ଟ୍ରାକିଂ ଏଆଇ ଡିଭାଇସ୍‌ ‘ଟେମ୍ପଲ୍‌’

Nov 06, 2026 - 17:47
AI device ‘Temple’: ମସ୍ତିଷ୍କ ଟ୍ରାକିଂ ଏଆଇ ଡିଭାଇସ୍‌ ‘ଟେମ୍ପଲ୍‌’

ନୂଆଦିଲ୍ଲୀ: ଜୋମାଟୋର ସହପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ନିଜର ବହୁପ୍ରତିକ୍ଷୀତ ମସ୍ତିଷ୍କକୁ ଟ୍ରାକ୍‌ କରୁଥିବା ଏଆଇ ଡିଭାଇସ୍‌ ‘ଟେମ୍ପଲ’କୁ ଉନ୍ମୋଚନ କରିଛନ୍ତି। ବହୁଦିନ ଧରି ଏହା ଉପରେ ସେ ଗବେଷଣା ଜାରି ରଖିଥିଲେ। କାନ ଉପରେ କପାଳ ପାର୍ଶ୍ବରେ ପରିଧାନ କରିହେଉଥିବା ଏହି ଡିଭାଇସ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କଥା ଶୁଣିପାରିବ। ଏଥିରେ ମାଇକ୍ରୋଫୋନ୍‌, କ୍ୟାମେରା ଓ ସ୍କ୍ରିନ୍‌ ନାହିଁ। ବ୍ୟକ୍ତିଙ୍କ କଣ୍ଠସ୍ବରରୁ ସୃଷ୍ଟି ହେଉଥିବା କମ୍ପନକୁ ଚିହ୍ନଟ କରି ତାହାକୁ ଏହା ଲିଖିତ ରୂପ ପ୍ରଦାନ କରିବ। ନିଜ ମନ କଥା ରେକର୍ଡ କରିବା, କିଛି ବିଷୟକୁ ମନେ ରଖିବା କିମ୍ବା ମନେ ପକାଇବା, ଜନ୍ମଦିନ ଓ ଔଷଧ ଖାଇବା ସମୟ ମନେ ରଖିବା, ମେସେଜ୍‌ ପଠାଇବା ଭଳି ଅନେକ କାମ ଏହାଦ୍ବାରା ହୋଇପାରିବ। ‌ଏହି ଡିଭାଇସ୍‌କୁ ଦୀପିନ୍ଦର ‘ମାନବ ସଭ୍ୟତାର ଶେଷ ବ୍ୟକ୍ତିଗତ ଉପକରଣ’ ଭା‌ବେ ବର୍ଣ୍ଣନା କରିଛନ୍ତି। ଏହାର ଦାମ୍‌ ୮୫ ହଜାର ଟଙ୍କା ରହିଛି।

ମାଇକ୍ରୋଫୋନ୍, କ୍ୟାମେରା, ସ୍କ୍ରିନ୍ ନାହିଁ

ଦୀପିନ୍ଦର କହିଛନ୍ତି, ଏହା କେବଳ ଏକ ଏଆଇ ସହଯୋଗ ନୁହେଁ, ଏହା ଏକ ସ୍ବାସ୍ଥ୍ୟ ନିରୀକ୍ଷଣ ଉପକରଣ ଭାବେ ମଧ୍ୟ କାମ କରିବ। ଏହା ହୃତସ୍ପନ୍ଦନ ଓ ସେଥିରେ ହେଉଥିବା ପରିବର୍ତ୍ତନ, ନିଦ୍ରା, ଶରୀରର ଅମ୍ଳଜାନ ଗ୍ରହଣ କ୍ଷମତା, ଖାଦ୍ୟ ଚୋବାଇବା, ଘୁଙ୍ଗୁଡ଼ି ମାରିବା, ନିଦ୍ରା ସମୟରେ ଶରୀରରେ ଘଟୁଥିବା ପରିବର୍ତ୍ତନ, ଦାନ୍ତ କାମୁଡ଼ିବା ଓ ଶରୀରର ତାପମାତ୍ରାକୁ ରେକର୍ଡ କରିପାରିବ। ଏହି ଡିଭାସ୍‌କୁ ଲୋକମାନେ ଗାଧୋଇବା, ସନ୍ତରଣ, ବ୍ୟାୟାମ କରିବା ଓ ଶୋଇବା ସମୟରେ ବ୍ୟବହାର କରିପାରିବେ। ଏକ ମେଡିକାଲ୍‌ ଅଠା ଜରିଆରେ ଏହା କାନର ଉପର ଭାଗରେ ଲାଖି ରହିବ। ବ୍ୟବହାରକାରୀଙ୍କ ଗୋପନୀୟତା ବଜାୟ ରଖିବାକୁ କମ୍ପାନି ବିଶେଷ ଧ୍ୟାନ ଦେଇଛି। ଏଥିରେ ସବୁ କିଛି ଏଣ୍ଡ୍‌ ଟୁ ଏଣ୍ଡ ଏନ୍‌କ୍ରିପ୍‌ସନ୍‌ ହୋଇରହିବ। ଏଭଳିକି ଟେମ୍ପଲ ଟିମ୍‌ ମଧ୍ୟ କୌଣସି ତଥ୍ୟ ପାଇପାରିବ ନାହିଁ ବୋଲି ଦୀପିନ୍ଦର କରିଛନ୍ତି। ଏହି ଡିଭାଇସ୍‌ ୨୦୨୭ରୁ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର: ଚହକା ପିଇଓ ଗିରୀଶ ଚନ୍ଦ୍ର ସାବରଙ୍କୁ ୪ ବର୍ଷ କାରଦଣ୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।