Old age: ୬୦ ପରେ ଏହି ସଙ୍କେତ ଦେଖାଦେଲେ ସାବଧାନ , ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
"ନୂଆଦିଲ୍ଲୀ: ବୟସ ବଢ଼ୁଛି… ଶରୀରରେ ପରିବର୍ତ୍ତନ ଆସୁଛି… ଚାଲିବାରେ ଟିକେ ଧିମା, ଭୋକ କମ୍, ଦୁର୍ବଳ ଲାଗିବା ଏସବୁକୁ ଅନେକ ସମୟରେ ଆମେ ବୟସର ପ୍ରଭାବ କହି ଅଣଦେଖା କରିଦେଉ।
କିନ୍ତୁ ସାବଧାନ!
୬୦ ବର୍ଷ ପରେ ଶରୀରରେ ଦେଖାଦେଉଥିବା କିଛି ପରିବର୍ତ୍ତନ କେବଳ ବାର୍ଦ୍ଧକ୍ୟର ସାଧାରଣ ଲକ୍ଷଣ ନୁହେଁ… ବରଂ ଏହା କୌଣସି ଗୁରୁତର ରୋଗର ସଙ୍କେତ ବି ହୋଇପାରେ।
ତେଣୁ ଘରେ ବୟସ୍କ ଲୋକ ଥିଲେ ଏହି ୬ଟି ଲକ୍ଷଣକୁ ଜମାରୁ ଅଣଦେଖା କରନ୍ତୁନି।
ବିଶେଷଜ୍ଞଙ୍କ କହିବା ଅନୁସାରେ, ବୟସ ବଢ଼ିବା ସ୍ୱାଭାବିକ ପ୍ରକ୍ରିୟା।
କିନ୍ତୁ ଶରୀରରେ ଦେଖାଦେଉଥିବା ପ୍ରତ୍ୟେକ ନୂଆ ସମସ୍ୟାକୁ ବୟସର ପ୍ରଭାବ କହିଦେବା ଠିକ୍ ନୁହେଁ।
କିଛି ଲକ୍ଷଣ ଶରୀର ଭିତରେ ଲୁଚିଥିବା ସମସ୍ୟା ଆଡ଼କୁ ଇସାରା କରିପାରେ।
ଯେମିତିକି ଭୋକ କମିଯିବା ହେଉଛି ପ୍ରଥମ ଲକ୍ଷଣ ।
Advertisment Health News: ସ୍ବାସ୍ଥ୍ୟ ସମ୍ବାଦ: ପଲିଫେଜିଆ ବୟସ ବଢ଼ିଲା ପରେ ଖାଇବାକୁ ଇଚ୍ଛା ହେଉନି ବୋଲି ଅନେକେ ଏହାକୁ ସାଧାରଣ କଥା ଭାବନ୍ତି।
କିନ୍ତୁ ଏହା ପାଚନ ସମସ୍ୟା, ପୋଷକତତ୍ତ୍ୱର ଅଭାବ କିମ୍ବା ଅନ୍ୟ କୌଣସି ଗୁରୁତର ରୋଗର ସଙ୍କେତ ହୋଇପାରେ।
ତେଣୁ ଲଗାତାର ଭୋକ କମିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଦ୍ୱିତୀୟ ଲକ୍ଷଣ ବାରମ୍ବାର ପଡ଼ିଯିବା କିମ୍ବା ଶରୀରର ସନ୍ତୁଳନ ବିଗିଡ଼ିବା।
ଚାଲିବା ବେଳେ ଲଡ଼ଖଡ଼ାଇବା, ହଠାତ୍ ପଡ଼ିଯିବାକୁ କେବଳ ଦୁର୍ବଳତା ଭାବି ଛାଡ଼ିଦେବା ଠିକ୍ ନୁହେଁ।
ମାଂସପେଶୀ ଦୁର୍ବଳତା, ଆଖିର ସମସ୍ୟା, ସ୍ନାୟୁଜନିତ ରୋଗ କିମ୍ବା କିଛି ଔଷଧର ପାର୍ଶ୍ୱପ୍ରତିକ୍ରିୟା ଏହାର କାରଣ ହୋଇପାରେ।
ଏହା ସହ ହଠାତ୍ ଓଜନ କମିବା, ଅତ୍ୟଧିକ ଦୁର୍ବଳତା, ସ୍ମୃତିଶକ୍ତିରେ ଅସ୍ୱାଭାବିକ ପରିବର୍ତ୍ତନ ଏବଂ ଦୈନନ୍ଦିନ କାମ କରିବାରେ ଅସୁବିଧା ଭଳି ଲକ୍ଷଣକୁ ବି ଅଣଦେଖା କରିବା ଉଚିତ ନୁହେଁ।
ମନେ ରଖନ୍ତୁ… ବୟସ ବଢ଼ିବା ସ୍ୱାଭାବିକ, କିନ୍ତୁ ପ୍ରତ୍ୟେକ ଅସ୍ୱାଭାବିକ ପରିବର୍ତ୍ତନ ବୟସର ଦୋଷ ନୁହେଁ।
ଘରର ବୟସ୍କଙ୍କ ଶରୀରରେ ଏଭଳି କୌଣସି ସଙ୍କେତ ଦେଲେ, ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।