UPI: ଶୁଳ୍କ ପୂର୍ବରୁ ୟୁପିଆଇ କାରବାର କମିଲା
"ନୂଆଦିଲ୍ଲୀ: ଚଳିତ ମାସ ୧୫ରୁ ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବାଣିଜ୍ୟିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତର ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ୍ ରେଟ୍ (ଏମ୍ଡିଆର୍) ଲାଗିବ।
ଏହା ପୂର୍ବରୁ ୟୁପିଆଇ କାରବାରରେ ହ୍ରାସ ଘଟିଛି।
ଗତ ଅଗଷ୍ଟରେ ଦେଶରେ ରେକର୍ଡ ୨୪.୫୧ ବିଲିଅନ ଥର ୟୁପିଆଇ କାରବାର ହୋଇଥିଲା।
ସେପ୍ଟେମ୍ବରରେ ଏହା ୨୪.୦୭ ବିଲିଅନକୁ ହ୍ରାସ ପାଇଛି।
ଅର୍ଥାତ୍ ମାସକ ଭିତରେ କାରବାର ୧.୮% କମିଛି ବୋଲି ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ତଥ୍ୟରୁ ଜଣାପଡ଼ିଛି।Advertisment ୟୁପିଆଇ କାରବାରରେ ହ୍ରାସ ତେବେ ଗତବର୍ଷର ସେପ୍ଟେମ୍ବର ତୁଳନାରେ କାରବାରରେ ୨୩% ବୃଦ୍ଧି ହୋଇଛି।
ଗତ ଅଗଷ୍ଟରେ ୨୯.୮୨ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ହୋଇଥିବାବେଳେ ସେପ୍ଟେମ୍ବରରେ ତାହା ୨୯.୩୭ ଲକ୍ଷ କୋଟି ଟଙ୍କା ରହିଛି।
ତେବେ ଦୈନିକ ହାରାହାରି ୟୁପିଆଇ କାରବାର ଏକ ନୂଆ ରେକର୍ଡ କରିଛି।
ସେପ୍ଟେମ୍ବରରେ ପ୍ରତିଦିନ ହାରାହାରି ୮୦.୨ କୋଟି ଥର ୟୁପିଆଇ ପେମେଣ୍ଟ୍ ହୋଇଛି।
ଏହାର ମୋଟ ମୂଲ୍ୟ ଦୈନିକ ହାରାହାରି ୯୭,୯୧୩ କୋଟି ଟଙ୍କା ଥିଲା।
ପ୍ରଥମ ଥର ପାଇଁ ଦୈନିକ ୟୁପିଆଇ କାରବାର ୮୦ କୋଟି ଥର ଟପିଛି।
Rahul Gandhi: "ଫର୍ମ ୬"ରେ ବେଆଇନ ପରିବର୍ତ୍ତନ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ବୋଲି ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ: ଟିସିଏସ୍ ଉପରେ ଚାପ ପକାଯାଇଥିଲା କି?ୟୁପିଆଇ ଉପରେ ଶୁଳ୍କ ବ୍ୟକ୍ତିରୁ ବ୍ୟକ୍ତି ମଧ୍ୟରେ ହେଉଥିବା କାରବାର ଉପରେ ଲାଗୁ ହେବନାହିଁ।
କେବଳ ବ୍ୟବସାୟୀଙ୍କୁ କରାଯାଉଥିବା ପେମେଣ୍ଟ ଉପରେ ତାହା ବ୍ୟବସାୟୀଙ୍କଠାରୁ ସଂଗ୍ରହ କରାଯିବ।
ରେଳ, ଟେଲିକମ, ଇନ୍ଧନ ଓ କେତେକ ଅତ୍ୟାବଶ୍ୟକ କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ପାଇଁ ୫ ଟଙ୍କାର ଫ୍ଲାଟ୍ ଏମ୍ଡିଆର୍ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।