Olive Ridley Turtles Return: ଚଳଚଞ୍ଚଳ ଗହୀରମଥାର ନୀଳ ଜଳରାଶି, ଲକ୍ଷାଧିକ କଇଁଛ କରିବେ ସମୁହ ଅଣ୍ଡାଦାନ
ବିରଳ ଅଲିଭ ରିଡ଼ଲେ କଇଁଛ ମାନଙ୍କ ଆଗମନରେ ଚଳଚଞ୍ଚଳ ଗହୀରମଥାର ନୀଳ ଜଳରାଶି ।
ଲକ୍ଷାଧିକ କଇଁଛ ଗହୀରମଥାର ବାଲୁକା ଶଯ୍ୟାରେ ସମୁହ ଅଣ୍ଡାଦାନ କରି ଫେରିଯିବେ।
ଏହି ସମୟରେ ଗହୀରମଥାରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଟ୍ରଲର ଗୁଡିକ ନିଷିଦ୍ଧାଞ୍ଚଳରେ ଅବାଧରେ ପ୍ରବେଶ କରନ୍ତି ।
ତେବେ ଗହୀରମଥାକୁ ସୁରକ୍ଷା ଦେବାପାଇଁ କେତେ ତପ୍ତର ବନବିଭାଗ ଆସନ୍ତୁ ଦେଖିବା ଏହି ରିପୋର୍ଟରେ ।
Advertisment ଅଲିଭ୍ ରିଡଲେଙ୍କ ସୁରକ୍ଷିତ ଏନ୍ତୁଡ଼ିଶାଳ ଗହୀରମଥା ।
ହଜାର ହଜାର ମାଇଲ୍ ଅତିକ୍ରମ କରି ବଂଶ ବିସ୍ତାର ପାଇଁ ଏଠାକୁ ଆସନ୍ତି ଲକ୍ଷ ଲକ୍ଷ ବିରଳ ସାମୁଦ୍ରିକ କଇଁଛ ।
ହେଲେ ସୁରକ୍ଷା ବଳୟକୁ ଭେଦ କରି ବେଆଇନ ମାଛ ଧରୁଥିବା ଟ୍ରଲରଙ୍କ ପାଇଁ ବିପଦରେ ଏମାନଙ୍କ ଜୀବନ।
ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ।
ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଧାମରାରୁ ଦେବୀ ମୁହାଣ ଯାଏଁ ସମୁଦ୍ରକୂଳଠାରୁ ୨୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗା ଓ ମାଛଧରା ଉପରେ କଟକଣା ରହିଛି ।
ହେଲେ ଏହି ନିୟମକୁ ଖାତିର ନକରି ନିଷିଦ୍ଧାଞ୍ଚଳରେ ପ୍ରବେଶ କରୁଛନ୍ତି ଶହ ଶହ ଟ୍ରଲର ।
ଫଳରେ ଜାଲରେ ଛନ୍ଦି ହୋଇ ଅକାଳରେ ଜୀବନ ହରାଉଛନ୍ତି ହଜାର ହଜାର କଇଁଛ ।
Advertisment କିନ୍ତୁ ନିୟମ କାନୁନକୁ ଫୁ କରି ସୁରକ୍ଷା ବଳୟକୁ ଭେଦକରି ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରବେଶ କରନ୍ତି ଶହ ଶହ ଟ୍ରଲର।
ମାଛ ମାରିବା ସହିତ ହଜାର ହଜାର କଇଁଛଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଅନ୍ତି ।
ସରକାର ଏହି କଇଁଛ ମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଇଁଛଙ୍କ ସୁରକ୍ଷାକୁ ନେଇ ବ୍ୟଥିତ ହୋଇଛନ୍ତି ପରିବେଶବିତ।
ପରିବେଶ ସନ୍ତୁଳନରେ ଅଲିଭି ରିଡିଲେ କଇଁଛ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏମାନଙ୍କ ସୁରକ୍ଷା ଏବଂ ବଂଶ ରକ୍ଷା ଜରୁରୀ | ସେଥିପାଇଁ ୨୦୦୪ ମସିହାରେ ସୁପ୍ରିମ କୋର୍ଟ ଏହି ବିରଳ ପ୍ରଜାତି କଇଁଛ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ, କୋଷ୍ଟ ଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ଉପରେ ସୁରକ୍ଷା ଦାୟିତ୍ୱ ଦେଇଥିଲେ।
ବନ ବିଭାଗକୁ ଗହୀରମାଥାରେ ପେଟ୍ରୋଲିଂ କରିବା ପାଇଁ ୩ଟି ହାଇ ସ୍ପିଡ଼ ବୋଟ ଯୋଗାଇ ଦିଆଯାଇଥିବା ବେଳେ ସେସବୁ ଅଚଳ ହୋଇଛି।
ବିଗତ ବର୍ଷ ମାନଙ୍କରେ ବନବିଭାଗ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିଲା।
ଚଳିତବର୍ଷ କିପରି କଇଁଛ ମାନଙ୍କୁ ସୁରକ୍ଷିତ ରହିବେ ସେନେଇ ବିଭାଗ ଦୃଷ୍ଟି ଦେଇଥିବା ଡିଏଫଓ କହିଛନ୍ତି।
ଅଲିଭ ରିଡଲେଙ୍କ ଆଗମନ ଚଳଚଞ୍ଚଳ ଗହୀରମଥାର ନୀଳ ଜଳରାଶି ଲକ୍ଷାଧିକ କଇଁଛ କରିବେ ସମୁହ ଅଣ୍ଡାଦାନ ଗହୀରମଥାକୁ ସୁରକ୍ଷିତ ରଖିବା ବନବିଭାଗ ପାଇଁ ଚ୍ୟାଲେଞ୍ଜ ନିୟମକୁ ଫୁ କରି ନିଷିଦ୍ଧାଞ୍ଚଳରେ ଟ୍ରଲର ପ୍ରବେଶକୁ ନେଇ ପ୍ରଶ୍ନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।