Man Dies Before First Wedding Anniversary: ପୋଡ଼ା ରୁଟି ଖାଇବାକୁ ଦେଉଥିଲା ସ୍ତ୍ରୀ, ଭିଡିଓ କରି କଷ୍ଟ ବଖାଣିଲେ ବିଜେପି ନେତାଙ୍କ ପୁଅ

Nov 03, 2026 - 18:46
Man Dies Before First Wedding Anniversary: ପୋଡ଼ା ରୁଟି ଖାଇବାକୁ ଦେଉଥିଲା ସ୍ତ୍ରୀ, ଭିଡିଓ କରି କଷ୍ଟ ବଖାଣିଲେ ବିଜେପି ନେତାଙ୍କ ପୁଅ

ପୋଡ଼ା ରୁଟି ଖାଇବାକୁ ଦେଉଥିଲେ ସ୍ତ୍ରୀ।

ସମ୍ପତ୍ତି ହଡ଼ପ୍‌ କରିବାକୁ ପକାଉଥିଲା ଚାପ!

ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଜୀବନ ହାରିଲେ ୨୬ ବର୍ଷୀୟ ଯୁବକ।

ମୃତ୍ୟୁ ପୂର୍ବରୁ ଏକ ଭିଡିଓ ରେକର୍ଡ କରି ସ୍ତ୍ରୀ ଓ ତାଙ୍କ ପରିବାର ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ।

ଉତ୍ତରପ୍ରଦେଶର ମେରଠରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା।

Advertisment ମୃତ ଯୁବକଙ୍କ ନାଁ ପ୍ରବଳ ଗୁପ୍ତା।

ସେ ବିଜେପି ନେତା ରାଜୀବ ଗୁପ୍ତାଙ୍କ ପୁଅ।

ନଭେମ୍ବର ୨ ତାରିଖରେ ଥିଲା ତାଙ୍କ ବିବାହର ପ୍ରଥମ ବାର୍ଷିକୀ।

ହେଲେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୧ରେ ସେ ବିଷାକ୍ତ ପଦାର୍ଥ ସେବନ କରିଥିଲେ।

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୯ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପୂର୍ବରୁ ରେକର୍ଡ କରିଥିବା ଭିଡିଓରେ ପ୍ରବଳ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ସ୍ନେହା ଓ ଶ୍ୱଶୁର ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ସମ୍ପତ୍ତି ନିଜ ନାଁରେ କରିବାକୁ ଚାପ ପକାଉଥିବା ସହ ପୋଡ଼ା ରୁଟି ଦେଇ ଅଭିଯୋଗ କଲେ ଝଗଡ଼ା କରୁଥିବା ସେ ଭିଡିଓରେ କହିଛନ୍ତି।

ଏପରିକି ବାପା-ମାଆଙ୍କଠାରୁ ଅଲଗା ରହିବାକୁ ମଧ୍ୟ ଚାପ ପକାଯାଉଥିବା ଅଭିଯୋଗ କରିଛନ୍ତି।

Advertisment ଅନ୍ୟପଟେ, ଗତ ଅକ୍ଟୋବର ୩୧ରେ ପ୍ରବଳ ଓ ତାଙ୍କ ପରିବାରକୁ ପୋଲିସ ଲାଇନ୍‌ସ୍ଥିତ ପରିବାର ପରାମର୍ଶ କେନ୍ଦ୍ରକୁ କାଉନସେଲିଂ ପାଇଁ ଡକାଯାଇଥିଲା।

ପୋଲିସ କହିଛି, ଦମ୍ପତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିଲା।

ଘଟଣାର ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।