Ollywood: ଓଲିଉଡର ଏହି ନାମୀ ନାୟକ ଓ ନାୟିକାଙ୍କୁ ଲଞ୍ଚ କରିଥିଲେ ଏସ୍.କେ ମୁରଲୀଧରନ୍
"ଭୁବନେଶ୍ବର: ଓଲିଉଡର ସଫଳ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ଏସ୍.କେ ମୁରଲୀଧରନ୍ଙ୍କର ଗତକାଲି ଅକାଳ ବିୟୋଗ ଘଟିଛି।
ସେ ଛାତି ଚିରିଦେଲେ ତୁ, ନେଇଯାରେ ମେଘ ମୋତେ, ଆକାଶେ କି ରଙ୍ଗ ଲାଗିଲା, ତୋ ଆଖିରେ ମୁଁ, ଟାର୍ଗେଟ୍, ସ୍ମାଇଲ୍ ପ୍ଲିଜ୍, ଜଷ୍ଟ ମୋହବତ୍, ନୂଆ ନୂଆ ପ୍ରେମରେ,କିଏ ଦେବ ଟକ୍କର, ଟିକେ ଲଭ୍ ଟିକେ ଟ୍ବଷ୍ଟ୍, ପ୍ରେମ ତୋର ନଟିନଟି ଓ ତିତଲି ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ।
ହେଲେ ଆପଣ ଜାଣନ୍ତି କି ଆଜିର ଦୁଇ ସଫଳ ନାୟକ ଓ ନାୟିକାଙ୍କୁ ନିଜ ସିନେମାରେ ସେ ଲଞ୍ଚ୍ କରିଥିଲେ।Advertisment amlan-jhilk Photograph: (sambad.in) ପ୍ରଯୋଜନା କରିଥିଲେ ନିରଂଜନ ରଣା ହଁ, ଏହି ନାୟକ ହେଲେ ଅମ୍ଳାନ ଓ ନାୟିକା ହେଲେ ଝିଲିକ୍।
ଉଭୟଙ୍କୁ ଯୋଡ଼ି ଭାବେ ନିର୍ଦ୍ଦେଶକ ଏସ୍.କେ ମୁରଲୀଧରନ୍ ତାଙ୍କର "ଟାର୍ଗେଟ" ସିନେମାରେ ବ୍ରେକ୍ ଦେଇଥିଲେ।
୨୦୧୩ରେ ରିଲିଜ୍ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଥିଲେ ନିରଂଜନ ରଣା।
ଏଥିରେ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିଥିଲେ ମୀନକେତନ।
ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭଜିତ ମଜୁମଦାର।
ଅମ୍ଳାନ ୨୦୧୩ରେ "ଟାର୍ଗେଟ" ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି ।
ତାଙ୍କ ଅଭିନୀତ ଅନ୍ୟ ସିନେମା ଭିତରେ ରହିଛି "ତୁ ମୋ ଦେହର ଛାଇ", "ଗୋଲାପି ଗୋଲାପି", "ପାଗଳ କରିଛୁ ତୁ", "କଲେଜ୍ ଟାଇମ୍", ଚିନି, ଟାଇଗର୍ ସପନର ପଥେ ପଥେ, ତୁ କହିବୁ ନା ମୁଁ, "ତୋର ଦିନେକୁ ମୋର ଦିନେ", ବଜରଙ୍ଗୀ, "ଫ୍ରମ୍ ମି ଟୁ ୟୁ, ପ୍ରିୟେ ମୁଁ ତମର ସିଏ, ଲାଗିଲା ରଙ୍ଗ "ଗୋଲାପି ଗୋଲାପି, ମାଲ୍ୟଗିରି, ଗୁପଚୁପ୍, ଭାଇ ଓ ଶିକାର ଆଦି ।
ଏଣେ ଲୋକପ୍ରିୟ ନାୟିକା ଝିଲିକ୍ ପରେ "ଆଖିରେ ଆଖିରେ", "ଲେଖୁ ଲେଖୁ ଲେଖି ଦେଲି", "ସୁପର ମିଛୁଆ", "ଲଭ୍ ୟୁ ହମେଶା", "ଜବରଦସ୍ତ ପ୍ରେମିକ","ଜଗା ହାତରେ ପଘା","ଅଗସ୍ତ୍ୟ", "ବେବି", "ତୁମକୁ ଦେଖିଲା ପରେ"" ତୁ ମୋ" ହିରୋ", ପ୍ୟାର ଅଲଗା ପ୍ରକାର, ଦିସ ଇଜ୍ ସବୁ ମାୟାରେ ବାୟା, ବାଜିବଲୋ ସାହାନାଇ ଏବଂ ରୁଦ୍ରାଣୀ ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି।
Temperature: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲା ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।