Beard for women: ନାରୀଙ୍କ ପାଇଁ ଦାଢ଼ି?

Oct 06, 2026 - 11:33
Beard for women: ନାରୀଙ୍କ ପାଇଁ ଦାଢ଼ି?

"ପୁରୁଷଙ୍କ ମୁହଁରେ ଦାଢ଼ି ଓ ନିଶ ଉଠିବା ଏକ ସାଧାରଣ କଥା।

କିନ୍ତୁ କେବେ ଭାବିଛନ୍ତି କି, ମୁହଁରେ ଦାଢ଼ି କାହିଁକି ଉଠେ?

ବାସ୍ତବରେ ଏହାର ଭୂମିକା କ"ଣ?

ଏହା କେବଳ ସୁନ୍ଦର ଦେଖାଯିବା ପାଇଁ ନା ଏହା ପଛରେ ଆଉ କିଛି କାରଣ ଅଛି?

ଏହାକୁ ନେଇ ବୈଜ୍ଞାନିକମାନେ ଅନେକ ଗବେଷଣା କରିଛନ୍ତି।

ପ୍ରସିଦ୍ଧ ଜୀବବିଜ୍ଞାନୀ ଚାର୍ଲସ ଡାର୍‌ୱିନ୍‌ ଏକଦା ଲେଖିଥିଲେ, ମୟୂରର ଲମ୍ବା ଲାଞ୍ଜ ଯେମିତି ମୟୂରୀକୁ ଆକର୍ଷିତ କରେ, ସେମିତି ପୁରୁଷଙ୍କ ଦାଢ଼ି ମଧ୍ୟ ମହିଳାଙ୍କୁ ଆକର୍ଷିତ କରିବାରେ ସହାୟକ ହୋଇଥାଏ।

କିନ୍ତୁ ପରବର୍ତ୍ତୀ ଗବେଷଣାରୁ ଏହାର କୌଣସି ସ୍ପଷ୍ଟ ପ୍ରମାଣ ମିଳି ନାହିଁ।Advertisment Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା ନ୍ୟୁଜିଲାଣ୍ଡ୍‌ ଓ ସାମୋଆର ମହିଳାମାନଙ୍କୁ ନେଇ ହୋଇଥିବା ଏକ ଗବେଷଣା ଏଠାରେ ଉଲ୍ଲେଖନୀୟ।

ସେମାନଙ୍କୁ ଦାଢ଼ି ଥିବା ଓ ଦାଢ଼ି ନଥିବା ପୁରୁଷଙ୍କ ଫଟୋ ଦେଖାଯାଇଥିଲା।

ଏଥିରୁ ଜଣାପଡ଼ିଥିଲା ଯେ, ମହିଳାମାନେ ଦାଢ଼ି ଥିବା ପୁରୁଷଙ୍କୁ ଅଧିକ ସୁନ୍ଦର ବୋଲି ଭାବନ୍ତି ନାହିଁ।

କେତେକଙ୍କୁ ଦାଢ଼ି ଭଲ ଲାଗୁଥିବା ବେଳେ ଆଉ କେତେକଙ୍କୁ ଦାଢ଼ି ନଥିବା ମୁହଁ ପସନ୍ଦ ଆସିଥାଏ।

କିନ୍ତୁ ମହିଳାଙ୍କୁ ଦାଢ଼ି ଆକର୍ଷଣ କରେ ବୋଲି ପ୍ରମାଣିତ କରିବା ଭଳି ସ୍ପଷ୍ଟ ଫଳାଫଳ ମିଳିନାହିଁ।

ଦାଢ଼ି ପୁରୁଷଙ୍କୁ ଅଧିକ ଆକର୍ଷଣୀୟ ନ କଲେ ମଧ୍ୟ ଦାଢ଼ିର ଆଉ କେତେକ ବିଶେଷତ୍ୱ ରହିଛି।

ଉଭୟ ପୁରୁଷ ଓ ମହିଳା ଦାଢ଼ି ଥିବା ପୁରୁଷଙ୍କୁ ଅଧିକ ବୟସ୍କ, ଶକ୍ତିଶାଳୀ ଓ ପ୍ରଭାବଶାଳୀ ବୋଲି ଭାବନ୍ତି।

ଏପରିକି ଦାଢ଼ି ଥିବା ରାଗୀ ଚେହେରା ଅଧିକ ଭୟଙ୍କର ଦେଖାଯାଏ।

ତେଣୁ ଏହା ପୁରୁଷଙ୍କୁ ସାମାଜିକ ପ୍ରଭୁତ୍ବ ବିସ୍ତାର କରିବାରେ ସହାୟକ ହୋଇଥାଏ ବୋଲି କିଛି ବିଶେଷଜ୍ଞଙ୍କ ମତ।

Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର ଦାଢ଼ି ମୁହଁକୁ ଆଘାତରୁ କିଛି ମାତ୍ରାରେ ରକ୍ଷା କରିପାରେ ବୋଲି ମଧ୍ୟ ଗବେଷକମାନେ ଭାବୁଛନ୍ତି।

ଏକ ପରୀକ୍ଷାରେ ଦାଢ଼ି ନଥିବା ଚର୍ମ ଉପରେ ଆଘାତର ପ୍ରଭାବ ୧୬ ପ୍ରତିଶତ ଅଧିକ ଥିବା ଜଣାପଡ଼ିଥିଲା।

ଏଥିରୁ ଦାଢ଼ି ହନୁ ହାଡ଼କୁ ସାମାନ୍ୟ ସୁରକ୍ଷା ଦେଇପାରେ ବୋଲି ଅନୁମାନ କରାଯାଉଛି।

ହେଲେ ଏହା ଏଯାଏ ପୂରା ପ୍ରମାଣିତ ହୋଇନାହିଁ।

ତେବେ ଦାଢ଼ିର ମୁଖ୍ୟ ଭୂମିକା କ"ଣ?

ବିଜ୍ଞାନୀଙ୍କ ମତରେ, ଦାଢ଼ି ପୁରୁଷଙ୍କୁ ଅନ୍ୟମାନଙ୍କ ଆଗରେ ଅଧିକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଭାବେ ଦେଖାଇବାରେ ସାହାଯ୍ୟ କରିଥାଏ।

ତେବେ ଦାଢ଼ି ଥିବା ପୁରୁଷ ଅଧିକ ସୁନ୍ଦର ଲାଗିବେ ନା ଦାଢ଼ି ନଥିବା ପୁରୁଷ, ତାହା ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।