One Family Member Can Apply Under Unique Account Number: ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ଆରମ୍ଭ, ଅକ୍ଟୋବର ୩୧ ଶେଷ ତାରିଖ
ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆବେଦନ କରିପାରିବେ ଲୋକେ । ବଣ୍ଟନ ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ୟୁନିକ ଆକାଉଣ୍ଟ ନମ୍ବର ବ୍ୟବସ୍ଥା କରାଯାଇଛି । ଆବେଦନକାରୀମାନେ ପ୍ରଥମେ ବିଡିଏର ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ କରି ୟୁନିକ ଆକାଉଣ୍ଟ ନମ୍ବର ଆବେଦନ କରିବେ । ସେଠି ତାଙ୍କର ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଦେବାକୁ ପଡିବ। ୟୁନିକ ଆକାଉଣ୍ଟ ନମ୍ବର ମିଳିବା ପରେ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ।
ଗୋଟିଏ ପରିବାରର ଜଣେ ହିଁ ସଦସ୍ୟ ଆବେଦନ କରିପାରିବେ । ୟୁନିକ ଆକାଉଣ୍ଟ ନମ୍ବର ଦ୍ୱାରା ଅଧିକ ଲୋକ ଆବେଦନ କଲେ ଜଣାପଡ଼ିଯିବ । ଏହାଦ୍ୱାରା ଅଧିକରୁ ଅଧିକ ଆବଶ୍ୟକୀୟ ଲୋକଙ୍କୁ ଘର ପାଇବାର ସୁଯୋଗ ମିଳିବ । ଏହାସହ ସହ ଲଟେରୀ ପ୍ରକ୍ରିୟାକୁ ସ୍ୱଚ୍ଛ ରଖାଯାଇପାରିବ।....
ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ୟୁନିକ ଆକାଉଣ୍ଟ ନମ୍ବର ବ୍ୟବସ୍ଥା
ପରିବାରର ଜଣେ ହିଁ ସଦସ୍ୟ ଆବେଦନ କରିପାରିବେ
ଲଟେରି ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ଗୁରୁତ୍ବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।