One Green House Survives Against All Odds: ବନ୍ୟାରେ ଛିଡ଼ାହୋଇ ରହିଲା ନେପାଳର ସବୁଜ ଘର, ମାଲିକ କହିଲେ ଭୟଙ୍କର ଅନୁଭୂତି

Sep 01, 2026 - 14:06
One Green House Survives Against All Odds: ବନ୍ୟାରେ ଛିଡ଼ାହୋଇ ରହିଲା ନେପାଳର ସବୁଜ ଘର, ମାଲିକ କହିଲେ ଭୟଙ୍କର ଅନୁଭୂତି

“ଯେତେବେଳେ ଆପଣଙ୍କୁ ଲାଗିଲା ଯେ ଏହା ହୁଏତ ଆପଣଙ୍କ ଜୀବନର ଶେଷ ମୁହୂର୍ତ୍ତ, ସେତେବେଳେ ଆପଣ କ’ଣ ଭାବିପାରିବେ? ମୋତେ ଲାଗୁଥିଲା, ବୋଧହୁଏ ଆମ ଜୀବନ ଶେଷ ହେବାକୁ ଯାଉଛି।”
ନେପାଳର ନୁୱାକୋଟ ଜିଲ୍ଲାରେ ପ୍ରକାଶଙ୍କ ୪୦ ବର୍ଷ ପୁରୁଣା ସବୁଜ ରଙ୍ଗର ଘର ଚାରିପାଖରେ ତ୍ରିଶୂଳୀ ନଦୀର ବନ୍ୟାଜଳ ଭୟଙ୍କର ଭାବେ ବଢ଼ି ଚାଲିଥିବା ସମୟରେ ତାଙ୍କ ମନରେ ଏହି ଚିନ୍ତା ଚାଲିଥିଲା। ବନ୍ୟାଜଳ ଆଖପାଖର ଗାଡ଼ି, କୋଠାବାଡ଼ି ଓ ଲୋକଙ୍କ ବିଭିନ୍ନ ସାମଗ୍ରୀକୁ ଭସାଇ ନେଉଥିଲା।

ଏହି ଘର ଏବେ ଭୟଙ୍କର ବନ୍ୟାର ସବୁଠାରୁ ଚର୍ଚ୍ଚିତ ଦୃଶ୍ୟ ମଧ୍ୟରୁ ଗୋଟିଏ ପାଲଟିଛି। ଫଟୋ ଓ ଭିଡିଓରେ ଦେଖାଯାଉଛି ଯେ, ଚାରିପାଖରେ ପ୍ରବଳ ବନ୍ୟାଜଳ ଅନେକ କିଛି ଧ୍ୱଂସ କରିଦେଇଥିଲେ ମଧ୍ୟ ଏହି ଘରଟି ପ୍ରାୟ ଛିଡ଼ା ହୋଇ ରହିଥିଲା ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରକାଶ କହିଛନ୍ତି, ବନ୍ୟାଜଳ ବଢ଼ିବା ସହ ତାଙ୍କ ପରିବାର କିପରି ଘରର ଉପର ମହଲାକୁ ଚାଲିଯାଇଥିଲେ ଏବଂ ଏହି ‘ମିରାକଲ୍ ହାଉସ୍’ କିପରି ଭୟଙ୍କର ବନ୍ୟାକୁ ସହିଗଲା।
“ଆମେ ଛଅ ଜଣ ଥିଲୁ। ମୁଁ ମଧ୍ୟ ସେଠାରେ ଥିଲି। ମୋ ପରିବାରର ପାଞ୍ଚଜଣ ସଦସ୍ୟ ଘରେ ଥିଲେ,” ବୋଲି ସେ କହିଛନ୍ତି।

ପ୍ରକାଶ କହିଛନ୍ତି ଯେ, ବନ୍ୟାଜଳ ବଢ଼ୁଥିବା ନେଇ ସତର୍କ ସୂଚନା ପାଇବା ବେଳେ ସେ ନିକଟସ୍ଥ ଦୋକାନରେ ଥିଲେ। ମୁଁ ସଙ୍ଗେସଙ୍ଗେ ଘର ଆଡ଼କୁ ଦୌଡ଼ିଲି। ଘର ଭିତରକୁ ଯାଇ ସମସ୍ତଙ୍କୁ ଡାକିଲି ଏବଂ ଶୀଘ୍ର ଆସିବାକୁ କହିଲି ବୋଲି ସେ ସେହି ସମୟକୁ ମନେ ପକାଇ କହିଛନ୍ତି।

କିନ୍ତୁ ବାହାରକୁ ଆସିବା ପରେ ସେ ଦେଖିଲେ ଯେ ବନ୍ୟାଜଳର ପ୍ରଚଣ୍ଡ ସ୍ରୋତ ତାଙ୍କ ଗାଡ଼ିକୁ ମଧ୍ୟ ଓଲଟାଇ ଦେଇଛି। ଏହା ଦେଖି ମୁଁ ପୁଣି ଘର ଭିତରକୁ ଦୌଡ଼ିଗଲି ବୋଲି ସେ କହିଛନ୍ତି।
ପ୍ରଥମେ ପରିବାର ସଦସ୍ୟମାନେ ଘରର ଚତୁର୍ଥ ମହଲାକୁ ଚାଲିଯାଇଥିଲେ। ଏହା ଘରର ସବୁଠାରୁ ଉପର ମହଲା ଥିଲା। କିନ୍ତୁ ଶେଷରେ ବନ୍ୟାଜଳ ସେଠାରେ ମଧ୍ୟ ପହଞ୍ଚିବାରୁ ସେମାନଙ୍କୁ ଆହୁରି ଉପରକୁ କୋଠାର ଉପର ଆଡ଼କୁ ଚଢ଼ିବାକୁ ପଡ଼ିଥିଲା।

ପାଣି ଚତୁର୍ଥ ମହଲା ପର୍ଯ୍ୟନ୍ତ ଆସିଯାଇଥିଲା। ଏହାପରେ ଆମେ ଉପରକୁ ଘରର ଏକଦମ ଶୀର୍ଷ ସ୍ଥାନକୁ ଚାଲିଗଲୁ ବୋଲି ପ୍ରକାଶ କହିଛନ୍ତି।
ତଳେ ବନ୍ୟାର ପ୍ରଚଣ୍ଡ ସ୍ରୋତ ବହୁଥିବା ବେଳେ ପ୍ରକାଶଙ୍କ ଚିନ୍ତା ନିଜ ପରିବାର ଉପରେ ଥିଲା। ବିଶେଷ କରି ତାଙ୍କ ପୁଅକୁ ନେଇ ସେ ଅଧିକ ଚିନ୍ତିତ ଥିଲେ, କାରଣ ସେ ସ୍କୁଲ ଯାଇଥିଲା ଏବଂ ସେହି ସମୟରେ ଘରେ ନଥିଲା।

ସମସ୍ତେ ଏକାଠି ଥିଲୁ, କିନ୍ତୁ ମୋ ପୁଅ ସେଠାରେ ନଥିଲା। ସେ ସ୍କୁଲ ଯାଇଥିଲା। ମୁଁ ବାରମ୍ବାର ଭାବୁଥିଲି, ଯଦି ଆମ ସହ କିଛି ଘଟିଯାଏ, ତେବେ ତା’ର କ’ଣ ହେବ? ବୋଲି ସେ କହିଛନ୍ତି।
ସେହି ଚିନ୍ତାଟି ଲଗାତାର ମୋ ମନକୁ ଆସୁଥିଲା ବୋଲି ସେ କହିଛନ୍ତି ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।