One Nation One Election: ଏକ ଦେଶ ଏକ ନିର୍ବାଚନ: ବିଭିନ୍ନ ମନ୍ତ୍ରଣାଳୟକୁ ଜେପିସିର ପ୍ରଶ୍ନାବଳୀ

Sep 05, 2026 - 21:19
One Nation One Election: ଏକ ଦେଶ ଏକ ନିର୍ବାଚନ: ବିଭିନ୍ନ ମନ୍ତ୍ରଣାଳୟକୁ ଜେପିସିର ପ୍ରଶ୍ନାବଳୀ

"ନୂଆଦିଲ୍ଲୀ: ପ୍ରସ୍ତାବିତ "ଏକ ଦେଶ, ଏକ ନିର୍ବାଚନ" ବିଲ୍‌ର ସମୀକ୍ଷା କରୁଥିବା ଯୁକ୍ତ ସଂସଦୀୟ କମିଟି ବା ଜେପିସି ଏକ ପ୍ରଶ୍ନାବଳୀ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ମତାମତ ଲୋଡ଼ିଛି।

ପୃଥକ ପୃଥକ ଭାବେ ସମୟ ବ୍ୟବଧାନରେ ହେଉଥିବା ନିର୍ବାଚନ ଯୋଗୁଁ ସରକାରୀ କାର୍ଯ୍ୟଧାରା କିଭଳି ପ୍ରଭାବିତ ହେଉଛି ତାହାର ଆକଳନ କରିବା ସହ ସମାନ୍ତରାଳ ବା ଏକକ ନିର୍ବାଚନ ପ୍ରତି ସେମାନଙ୍କ ଆଭିମୁଖ୍ୟ ଜାଣିବା ପାଇଁ ଏହି ପ୍ରଶ୍ନ ପ୍ରସ୍ତୁତ କରାଯାଇଛି।

ଏହି କ୍ରମରେ ଲୋକସଭା ସଚିବାଳୟ ପକ୍ଷରୁ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା ଲୋଡ଼ାଯାଇଛି।Advertisment ଆହୁରି ପଢନ୍ତୁ: Award: ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଲୋକସଭା ସଚିବାଳୟ ଦର୍ଶାଇଛି ଯେ ଏହି ଅଭ୍ୟାସ ଦ୍ୱାରା ପୃଥକ ନିର୍ବାଚନର ପ୍ରଶାସନିକ, ଆର୍ଥିକ, କାର୍ଯ୍ୟକ୍ଷମ ଏବଂ ନୀତିଗତ ପ୍ରଭାବ ଏବଂ ଏକକ ନିର୍ବାଚନର ଲାଭ ଓ ଆହ୍ୱାନଗୁଡ଼ିକର ମୂଲ୍ୟାଙ୍କନ କରାଯିବ।

ମୋଟ୍ ୨୭ଟି ପ୍ରଶ୍ନ ଥିବା ଏହି ପ୍ରଶ୍ନାବଳୀରେ ମନ୍ତ୍ରଣାଳୟର କାର୍ଯ୍ୟକଳାପ, ଚାଲୁ ରହିଥିବା ପ୍ରକଳ୍ପ ଏବଂ ଜନସେବା ଉପରେ ପୃଥକ ନିର୍ବାଚନର ପ୍ରଭାବ ବିଷୟରେ ପଚରାଯାଇଛି।

ସମ୍ପୃକ୍ତ ବିଭାଗକୁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ନିଜର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ୧୭ ତାରିଖରେ ଲୋକସଭାରେ ସମ୍ବିଧାନ (୧୨୯ ତମ ସଂଶୋଧନ) ବିଲ୍-୨୦୨୪ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍-୨୦୨୪ ଉପସ୍ଥାପନ କରାଯାଇଥିଲା, ଯାହାକୁ "ଏକ ଦେଶ, ଏକ ନିର୍ବାଚନ" ବିଲ୍ ଭାବେ ଗ୍ରହଣ କରାଯାଏ।

ପରବର୍ତ୍ତୀ ସମୟରେ ବ୍ୟାପକ ପରାମର୍ଶ ପାଇଁ ଏହାକୁ ଲୋକସଭା ସାଂସଦ ପି.ପି.

ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଭୟ ଗୃହର ଏକ ମିଳିତ କମିଟି ନିକଟକୁ ପଠାଯାଇଥିଲା।

ଏହି କମିଟି ଏବେ ବିଭିନ୍ନ ସରକାରୀ ସ୍ତରରୁ ତଥ୍ୟ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି।ଏହି ପ୍ରଶ୍ନବଳୀରେ ବିଗତ ୧୦ ବର୍ଷ ମଧ୍ୟରେ ବାରମ୍ବାର ହେଉଥିବା ପୃଥକ ନିର୍ବାଚନ କିଭଳି ମନ୍ତ୍ରଣାଳୟର କାର୍ଯ୍ୟକୁ ବାଧାପ୍ରାପ୍ତ କରିଛି ତାହା ପଚରାଯାଇଛି।

ନିର୍ବାଚନ ସମୟରେ ଲାଗୁ ହେଉଥିବା ଆଦର୍ଶ ଆଚରଣ ବିଧି ନୀତି ନିର୍ଦ୍ଧାରଣ, ପ୍ରଶାସନିକ ନିଷ୍ପତ୍ତି, ମଞ୍ଜୁରୀ ଏବଂ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମର ରୂପାୟନକୁ ପ୍ରଭାବିତ କରିଛି କି ନାହିଁ ସେ ନେଇ ପ୍ରଶ୍ନ ହୋଇଛି।

ଆହୁରି ପଢନ୍ତୁ: China: ପ୍ରଥମ ଥର ବନ୍ୟା ମୃତ୍ୟୁସଂଖ୍ୟା ଜାରି କଲା ଚୀନ୍‌: ୩୧ ମୃତଦେହ ଉଦ୍ଧାର, ୫୩୧ ନିଖୋଜ ଏହାର ପ୍ରକୃତ ପ୍ରଭାବ ଏବଂ ପରିମାଣକୁ ଉଦାହରଣ ସହ ସ୍ପଷ୍ଟ କରିବାକୁ ମନ୍ତ୍ରଣାଳୟକୁ କୁହାଯାଇଛି, ଯାହା ବିଲ୍‌ର ଗୁରୁତ୍ୱକୁ ସାବ୍ୟସ୍ତ କରିବାରେ ସହାୟକ ହେବ।

ପୃଥକ ନିର୍ବାଚନ ବ୍ୟବସ୍ଥା ଯୋଗୁଁ ମଧ୍ୟମ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ସମେତ ପ୍ରକଳ୍ପଗୁଡ଼ିକର ଯୋଜନା ଓ କାର୍ଯ୍ୟକାରିତା ବିଳମ୍ବ, ସ୍ଥଗିତ କିମ୍ବା ପର୍ଯ୍ୟାୟକ୍ରମେ ସଂପାଦିତ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି।

ଏଥିସହ, ନିର୍ବାଚନ ଦାୟିତ୍ୱରେ ସରକାରୀ କର୍ମଚାରୀଙ୍କ ମୁତୟନ ପ୍ରକ୍ରିୟା କିଭଳି ହେଉଛି ଏବଂ ଏହି ମୁତୟନ ଦ୍ୱାରା ମନ୍ତ୍ରଣାଳୟର ମୂଳ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ଉପରେ ଅତିରିକ୍ତ କାର୍ଯ୍ୟଭାର ସୃଷ୍ଟି ହେଉଛି କି ନାହିଁ, ସେ ନେଇ ଜେପିସି ପ୍ୟାନେଲ୍ ବିସ୍ତୃତ ତଥ୍ୟ ମାଗିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।