Bolero Crashes ଝୁମ୍ପୁଡ଼ି ଭିତରକୁ ପଶିଗଲା ଦ୍ରୁତଗାମୀ ବଲେରୋ, ୨ ଯୁବକ ଗୁରୁତର ଆହତ

Sep 06, 2026 - 20:42
Bolero Crashes  ଝୁମ୍ପୁଡ଼ି ଭିତରକୁ ପଶିଗଲା ଦ୍ରୁତଗାମୀ ବଲେରୋ, ୨ ଯୁବକ ଗୁରୁତର ଆହତ

"ଧଉଳି(ନିରଞ୍ଜନ ସେନାପତି): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦଶହରା ପଡ଼ିଆ ନିକଟରେ ଆଜି (ରବିବାର) ଅପରାହ୍ଣ ପ୍ରାୟ ୩ଟା ବେଳେ ଏକ ଦ୍ରୁତଗାମୀ ବଲେରୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଭିତରକୁ ପଶିଯିବାରୁ ଘର ଭିତରେ ଥିବା ୨ ଜଣ ଯୁବକଙ୍କୁ ଗୁରୁତର ଆହତ ହୋଇଛନ୍ତି।

Advertisment Accident: ଦ୍ରୁତ ଗତି ହେଲା କାଳ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ ସୂଚନା ଅନୁସାରେ, ସାଇମନ୍ଦିର ଅଭିମୁଖେ ଏକ ବୋଲେରୋ ଦ୍ରୁତ ବେଗରେ ଯାଉଥିଲା।

କୌଣସି କାରଣ ବଶତଃ ଚାଳକ ହଠାତ୍‌ ବ୍ରେକ କଷିଦେବାରୁ ନିୟନ୍ତ୍ରଣ ହରାଇ ବୋଲେରୋଟି ରାସ୍ତାକଡ଼ ଝୁମ୍ପୁଡ଼ି ଭିତରକୁ ପଶିଯାଇଥିଲେ।

ଏଥିରେ ଝୁମ୍ପୁଡ଼ି ମଧ୍ୟରେ ଥିବା ଦୁଇଜଣ ଯୁବକ ଆହତ ହୋଇଛନ୍ତି।

ବୋଲେରୋ ଚାଳକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି।

ଜଣେ ଗୁରୁତର ଆହତ ଚାଳକ ଓ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ।

ଅନ୍ୟ ଜଣେ ଯୁବକଙ୍କ ହାତ ବଲେରୋ ତଳେ ଚାପି ହୋଇ ରହିଥିଲା।

ଗାଡ଼ିଚକା ତଳୁ ଭିଡ଼ି ବାହାର କରିବା ସମ୍ଭବ ହୋଇନଥିଲା।

ତେଣୁ ଲୋକମାନେ କଳ୍ପନା ଅଗ୍ନିଶମ ବାହିନୀଙ୍କୁ ସୂଚିତ କରିଥିଲେ।

Accident: ୧୮ନଂ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨ ଯୁବକ ଖବର ପାଇ କଳ୍ପନା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଉପରକୁ ଉଠାଇ ଯୁବକଙ୍କୁ ଉଦ୍ଧାର କରି  ହସ୍ପିଟାଲ ପଠାଇଥିଲେ।

ଆହତ ଯୁବକ ଦ୍ୱୟ କବାଡ଼ିଆ ସାମଗ୍ରୀ ସଂଗ୍ରହ କରୁଥିଲେ, ଘଟଣା ‌ସମୟରେ ସେମାନେ ସେହି ଝୁମ୍ପୁଡ଼ି ମଧ୍ୟରେ ବିଶ୍ରାମ ନେଇଥିଳେ।

ରିପୋର୍ଟ ଲେଖା ହେବା ବେଳକୁ ସେମାନଙ୍କ ପରିଚୟମିଳିପାରିନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।