One Tree Becomes Accident Hotspot: ଗୋଟିଏ ଗଛ, ବାରମ୍ବାର ଦୁର୍ଘଟଣା! ଭୂତ ଭୟରେ ହୋମଯଜ୍ଞ କରୁଛନ୍ତି ସ୍ଥାନୀୟ ବାସିନ୍ଦା
ଗଛ ପାଲଟିଛି ମୃତ୍ୟୁର ଫାନ୍ଦ! ୧୫ ଦିନରେ ୨ ଜଣଙ୍କ ମୃତ୍ୟୁ। ଗୋଟିଏ ଗଛ, ବାରମ୍ବାର ଦୁର୍ଘଟଣା... ଏନେଇ ସ୍ଥାନୀୟ ଲୋକଙ୍କୁ ଘାରିଛି ଭୂତ ଭୟ। ଚାନ୍ଦବାଲି କଲେଜ ରୋଡରେ ଥିବା ଏହି ଗଛରେ ପିଟି ହୋଇ ମାତ୍ର ୧୫ ଦିନରେ ୨ ଜଣ ଯୁବକଙ୍କ ଜୀବନ ଯାଇଥିବା ବେଳେ, ଆଉ ୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଯାହାକୁ ନେଇ ଲୋକ ମାନଙ୍କ ମନରେ ଅନ୍ଧବିଶ୍ୱାସର ଭୟ ସୃଷ୍ଟି ହୋଇଛି।
ଚାନ୍ଦବାଲି ଏନଏସିର ୪ ନମ୍ବର ୱାର୍ଡ, ଆଇଟିଆଇ କଲେଜ ନିକଟର ଏକ ବୁଲାଣି ରାସ୍ତାରେ ବାରମ୍ବାର ଦୁର୍ଘଟଣା ହେବାରୁ ସ୍ଥାନୀୟ ଲୋକଙ୍କ ମନରେ ଏବେ ଡାହାଣୀ, ଭୂତ ଓ ପିଶାଚକୁ ନେଇ ଭୟ ସୃଷ୍ଟି ହୋଇଛି। ଏହି ଭୟ ଦୂର କରିବାକୁ ଗଛ ମୂଳେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ସ୍ଥାପନ କରି ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଛନ୍ତି କେତେଜଣ ଯୁବକ ଓ ଗ୍ରାମବାସୀ।
ଦୁର୍ଘଟଣା ରୋକିବାକୁ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଜରୁରୀ। ତେଣୁ ବ୍ୟାରିକେଡ୍ ସହ ହମ୍ପସ୍ ଓ ସ୍ପିଡ୍ ବ୍ରେକର ଲଗାଇବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ହେତୁବାଦୀମାନେ ଏଭଳି ଘଟଣାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି ।
ଗଛ ପାଲଟିଛି ମୃତ୍ୟୁର ଫାନ୍ଦ! ୧୫ ଦିନରେ ୨ ମୃତ୍ୟୁ
ଗୋଟିଏ ଗଛ, ବାରମ୍ବାର ଦୁର୍ଘଟଣା!
ଭୂତ ଭୟରେ ହୋମଯଜ୍ଞ କରୁଛନ୍ତି ସ୍ଥାନୀୟ ବାସିନ୍ଦା
ଚାନ୍ଦବାଲିରେ ଗଛରେ ପିଟି ଯାଉଛି ଜୀବନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।