ONGC Records Encouraging Gas Flow: ‘ସମୁଦ୍ର ମନ୍ଥନ’ ଅଭିଯାନରେ ONGCର ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ ଭଣ୍ଡାର

Sep 22, 2026 - 14:08
ONGC Records Encouraging Gas Flow: ‘ସମୁଦ୍ର ମନ୍ଥନ’ ଅଭିଯାନରେ ONGCର ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ ଭଣ୍ଡାର

ଓଡ଼ିଶା ଉପକୂଳରେ ପ୍ରାକୃତିକ ଗ୍ୟାସର ଭଣ୍ଡାର। କୋଣାର୍କ ଉପକୂଳରୁ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀ ଗଭୀର ସମୁଦ୍ର ବେସିନରେ ଗ୍ୟାସ ଭଣ୍ଡାର ଆବିଷ୍କାର କରିଛି ONGC। ଏହି କୂଅକୁ ୧୬ ଶହ ୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖନନ କରାଯାଇଛି। ଗତ ୩ ଦିନ ଧରି ଏହି କୂଅରୁ ଉତ୍ସାହଜନକ ଭାବେ ଗ୍ୟାସ ନିର୍ଗତ ହେଉଛି। ଏହି ସ୍ଥାନଟି ଓଡ଼ିଶା ଉପକୂଳର ନିକଟତର ହୋଇଥିବାରୁ, ଅଧିକ ଅନୁସନ୍ଧାନ ଓ ବ୍ୟାବସାୟିକ ମୂଲ୍ୟାଙ୍କନ ପରେ ଏହାର ଶୀଘ୍ର ବ୍ୟାବସାୟିକ ଉପଯୋଗ ପାଇଁ ଅଧିକ ସମ୍ଭାବନା ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

କମ୍ପାନୀର ହାଇ-ପ୍ରୋଫାଇଲ୍ ଗଭୀର ସମୁଦ୍ର ଅନ୍ୱେଷଣ ଅଭିଯାନ "ସମୁଦ୍ର ମନ୍ଥନ" ଅଧୀନରେ ମିଳିଛି ବଡ ସଫଳତା। 'ପ୍ଲାଟିନମ୍ ଏକ୍ସପ୍ଲୋରର୍' ନାମକ ଏକ ଡ୍ରିଲସିପ୍ ସାହାଯ୍ୟରେ ୨୫ ଜୁଲାଇରେ ଏହି କୂଅର ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଏନଜିସି କହିଛି ଯେ, ଏହି କୂଅରୁ ଗତ ତିନି ଦିନ ଧରି ଗ୍ୟାସ ନିର୍ଗତ ହେଉଛି ଏବଂ ଏଥିରେ "ଉତ୍ସାହଜନକ ପ୍ରବାହ ଏବଂ ରିଜର୍ଭର ଚାପ" ରେକର୍ଡ କରାଯାଇଛି। ... 

କୋଣାର୍କ ଉପକୂଳରେ ଗ୍ୟାସ୍ ଭଣ୍ଡାର
ଓଡ଼ିଶା ଉପକୂଳରେ ପ୍ରାକୃତିକ ଗ୍ୟାସର ଭଣ୍ଡାର
କୋଣାର୍କ ଉପକୂଳରୁ ୪୩ କିମି ଦୂରରେ ସନ୍ଧାନ
ମହାନଦୀ ଗଭୀର ସମୁଦ୍ର ବେସିନରେ ଗ୍ୟାସ ଭଣ୍ଡାର
ଗ୍ୟାସ ଭଣ୍ଡାର ଆବିଷ୍କାର କରିଛି ONGC
୧୬୨୩ ମିଟର ଗଭୀର ଖନନ ପରେ ମିଳିଛି ଗ୍ୟାସ୍
ଗତ ୩ ଦିନ ଧରି କୂଅରୁ ଉତ୍ସାହଜନକ ଭାବେ ଗ୍ୟାସ ନିର୍ଗତ 
ଓଡ଼ିଶା ଉପକୂଳ ନିକଟରେ ଥିବାରୁ ବ୍ୟାବସାୟିକ ଉପଯୋଗ ସମ୍ଭାବନା
ଅଧିକ ଅନୁସନ୍ଧାନ ଓ ବ୍ୟାବସାୟିକ ମୂଲ୍ୟାଙ୍କନ ପରେ ନିଷ୍ପତ୍ତି
ONGCର ଗଭୀର ସମୁଦ୍ର ଅନ୍ୱେଷଣ "ସମୁଦ୍ର ମନ୍ଥନ"ରେ ସଫଳତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।