Open Drains Turn Deadly: ମୁଣ୍ଡ ନେଉଛି ମୁକୁଳା ଡ୍ରେନ୍, ଅସୁରକ୍ଷିତ ଖୋଲା ଡ୍ରେନ୍ ଯୋଗୁଁ ଘଟୁଛି ଦୁର୍ଘଟଣା
ମୁଣ୍ଡ ନେଉଛି ମୁକୁଳା ଡ୍ରେନ୍। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ମୁକୁଳା ଡ୍ରେନ୍ ଏକ ବଡ଼ ସମସ୍ୟା ପାଲଟିଛି। ଅସୁରକ୍ଷିତ ଖୋଲା ଡ୍ରେନ୍ ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି। ମୁକୁଳା ନାଳ ପ୍ରତିବର୍ଷ ମୁଣ୍ଡ ଗଡ଼ାଉଛି ଓ ଲୋକଙ୍କୁ କନ୍ଦାଉଛି। ଗତ ୧୦ ବର୍ଷାରେ ରାଜଧାନୀରେ ୧୦ରୁ ଅଧିକ ମୁଣ୍ଡ ନେଲାଣି ମୁକୁଳା ଡ୍ରେନ୍।
ଡ୍ରେନେଜ୍ ସଂଯୋଗୀକରଣ ବ୍ୟବସ୍ଥିତ ନ ଥିବାରୁ ସାମାନ୍ୟ ବର୍ଷାରେ ପ୍ରମୁଖ ରାସ୍ତାଘାଟ ଜଳାର୍ଣ୍ଣବ ହେଉଛି। ଗତକାଲି ରାଜଧାନୀରେ ଡ୍ରେନରେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି। ଘଟଣାକୁ ୧୫ ଘଣ୍ଟା ବିତିଥିଲେ ବି ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ପତ୍ତା ମିଳୁନି। ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ପୁଣି ଅପରେସନ୍ ଆରମ୍ଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।