Orangutan: ଓରାଂଉଟାନ୍ ଉଦ୍ଧାର ଘଟଣା: ଅଟକ ହୋଟେଲ୍ କର୍ମଚାରୀଙ୍କ ହେବ ମିଛଧରା ପରୀକ୍ଷା
ଫୁଲବଣୀ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଂଉଟାନ୍ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ ପାଇଁ ଏସ୍ଟିଏଫ୍ ଝାଳବୁହା ତଦନ୍ତ କରୁଛି। ମୁଖ୍ୟ କାର୍ପଟଦାର କୁହାଯାଉଥିବା ଏକ ହୋଟେଲ୍ର ମାଲିକ ଓ ତାଙ୍କ ପୁଅ ଫେରାର୍ ଥିବା ବେଳେ ଗତକାଲି ପତ୍ନୀ ଓ ଝିଅଙ୍କୁ ଜେରା ହୋଇଛି। ସେହିପରି ଅଟକ ହୋଟେଲ୍ କର୍ମଚାରୀମାନଙ୍କ ମିଛଧରା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରଣକୋଠାକୁ ଓରାଂଉଟାନ୍ଗୁଡ଼ିକ କେମିତି ଆସିଲେ? ଏହାପଛରେ ଚୋରା ଚାଲାଣକାରୀଙ୍କ ହାତ ଅଛି କି?
Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍କୋର୍ଟ
ଯଦି ଅଛି, ସେମାନେ କିଏ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଏସ୍ଟିଏଫ୍ ୭ ଦିନ ହେଲା ଲାଗିଛି। ପଶ୍ଚିମବଙ୍ଗର ଦୀଘାଠାରୁ ରଣକୋଠା ଯାଏଁ ବିଭିନ୍ନ ସ୍ଥାନରେ ଲାଗିଥିବା ୧୭୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଏକ କଳାରଙ୍ଗର ଥାର୍ ଗାଡ଼ି ରଣକୋଠା ଅଞ୍ଚଳକୁ ଆସି ଫେରିଥିବା ଏବଂ ଉକ୍ତ ଥାର୍ ଗାଡ଼ିଟି ଦୀଘାସ୍ଥିତ ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ ସମ୍ମୁଖରେ ଛିଡ଼ା ହୋଇଥିବାର ସିସିଟିଭି ଫୁଟେଜ୍ ମଧ୍ୟ ମିଳିଥିଲା। ହୋଟେଲ୍ ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କ ପତ୍ତା ମିଳି ନଥିଲା ବେଳେ ମ୍ୟାନେଜରଙ୍କ ସହ ୫ କର୍ମଚାରୀଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। ସେହିପରି ଗତକାଲି ଏସ୍ଟିଏଫ୍ ଜୟନ୍ତଙ୍କ ହାଓଡ଼ା ଆନ୍ଦୋଳସ୍ଥିତ ଘରେ ପହଞ୍ଚି ପତ୍ନୀ ଓ ଝିଅଙ୍କୁ ୫ ଘଣ୍ଟା ଜେରା କରିଛି।
ବନ୍ୟଜନ୍ତୁ ଚାଲାଣରେ ସଂପୃକ୍ତ ହୋଟେଲ୍ ମାଲିକଙ୍କ ପୂରା ପରିବାର!
Horoscope 2026 September 15: ଜାଣନ୍ତୁ ଆଜିର ରାଶିଫଳ...
ଅନ୍ୟପଟେ ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ର କିଛି କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ସହ ଜୟନ୍ତ ଓ ସୌମ୍ୟଦୀପଙ୍କ ନିବିଡ଼ ସମ୍ପର୍କ ରହିଛି। ସେମାନେ ବନ୍ୟଜନ୍ତୁ ଓ ବନ୍ୟଜନ୍ତୁ ଶରୀରାଂଶର କାରବାର କରନ୍ତି। ଭାରତର ଅନେକ ଶିକାରୀ, ବନ୍ୟଜନ୍ତୁ ଚୋରା ବ୍ୟବସାୟୀଙ୍କ ସହ ଜୟନ୍ତଙ୍କ ପରିବାରର ମୋଟ ୧୨ ଜଣ ସଦସ୍ୟଙ୍କ ସଂପର୍କ ରହିଛି। ବାପପୁଅଙ୍କ ନାମରେ ପଶ୍ଚିମବଙ୍ଗ ସହ ଦେଶର ବିଭିନ୍ନ ରାଜ୍ୟରେ ଏକାଧିକ ମାମଲା ରହିଛି।ଓରାଂଉଟାନ୍ଗୁଡ଼ିକୁ କାର୍ରେ ମ୍ୟାମାର୍ ଦେଇ ପଶ୍ଚିମବଙ୍ଗକୁ ଅଣାଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଦେଶରୁ ଅଣାଯାଇଛି, ତାହା ସ୍ପଷ୍ଟ ହୋଇନି। ଜୟନ୍ତ ଓ ସୌମ୍ୟଦୀପ ଓରାଂଉଟାନ୍ଗୁଡ଼ିକୁ ନିଜ ହୋଟେଲ୍ରେ ରଖିଥିବା ବେଳେ ଏକ ଘରୋଇ ଫାର୍ମ ହାଉସ୍ ମାଲିକଙ୍କୁ ବିକ୍ରି ପାଇଁ ଯୋଜନା ଚାଲିଥିଲା। ହେଲେ ଡିଲ୍ ବିଫଳ ହେବାରୁ ସେମାନେ ତରବରିଆ ଭାବେ ସେଗୁଡ଼ିକୁ ବିଚିତ୍ରପୁର ଜଙ୍ଗଲରେ ଛାଡ଼ି ଦେଇଥିଲେ। ଓରାଂଉଟାନ୍ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚାଲାଣକାରୀଙ୍କ ଲିଙ୍କ ଥିବାରୁ ଏସ୍ଟିଏଫ୍ ଓ ବନ ବିଭାଗ ଇଣ୍ଟର୍ପୋଲର ସହାୟତା ଲୋଡ଼ିଛି। ସେହିପରି ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ର ସିସିଟିଭି ହାର୍ଡଡିସ୍କକୁ ନେଇ ଏସ୍ଟିଏଫ୍ ଛାନ୍ଭିନ୍ କରୁଛି। ଏସ୍ଟିଏଫ୍ର ୪ଟି ଟିମ୍ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଗୁଜରାଟ ଯାଇ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।