Orangutans health update: ୫ ଓରାଂଉଟାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର
"ବାରଙ୍ଗ (ରୁଦ୍ର ନାରାୟଣ ଷଡ଼ଙ୍ଗୀ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରର ଶିଶୁ ପ୍ରାଣୀ ସଂଗରୋଧ କକ୍ଷରେ ଚିକିତ୍ସାଧିନ ଥିବା ସମସ୍ତ ୫ ଓରାଂଉଟାନଙ୍କ ଅବସ୍ଥାରେ ସୁଧାର ଆସିଛି।
ଏମସ୍ ଶିଶୁ ବିଭାଗ ଡାକ୍ତର ଓ ହେଲଥ କମିଟିର ୨ ଜଣ ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରୀକ୍ଷଣ ଠିକ୍ ଥିବା ଜାଣିବାକୁ ପାଇ ପରାମର୍ଶ ଦେଇଛନ୍ତି।
ଏମସ ଶିଶୁ ବିଭାଗ ଡାକ୍ତରଙ୍କ ପରାମର୍ଶ କ୍ରମେ ଓରାଂଉଟାନ ଛୁଆମାନଙ୍କୁ କୃମି ପାଇଁ ଆଇମରବିମିକଟିନ୍ ଦେବାକୁ କହିଛନ୍ତି।
Advertisment ରକ୍ତ, ଅସ୍ଥି ଓ ଶରୀରର ବିକାଶ ପାଇଁ ଆଇରନ, କ୍ୟାଲସିଅମ ଓ ପ୍ରୋଟିନ୍ ଦେବାକୁ ପରାମର୍ଶ ଦେଇଛନ୍ତି।
ହେଲଥ କମିଟି ସଦସ୍ୟ ଦୁଇଜଣ ଶିଶୁ ପ୍ରାଣୀ ହେଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିସାର ଖାଦ୍ୟର ଆଦଶ୍ୟ ରହିଥିବାରୁ ଦୈନଦିନ ଖାଦ୍ୟ ତାଲିଖାରେ ପରିବର୍ତ୍ତନ କରିଛନ୍ତି।
Orangutan: ଓରାଂଉଟାନ୍ ଉଦ୍ଧାର ଘଟଣା: ଅଟକ ହୋଟେଲ୍ କର୍ମଚାରୀଙ୍କ ହେବ ମିଛଧରା ପରୀକ୍ଷା ପରାମର୍ଶକ୍ରମେ ଓରାଂଉଟାନମାନଙ୍କୁ ଦିଆଯାଉଥିବା ନାନୋଲାକରେ ଏବେ ଗାଜର, ବିନ୍ ଓ ସ୍ବିଟପଟାଟୋକୁ ସିଝାଇ ଗ୍ରାଇଣ୍ଡିଂ କରି ମିଶ୍ରଣ କରି ଦିଆଯାଉଛି।
ଡାକ୍ତରଙ୍କ ଉପସ୍ଥିତିରେ ସମସ୍ତ ଖାଦ୍ୟ ଓ ଔଷଧ ଦେଇ ଯାଉଥିବା ବେଳେ ସେ ସବୁକୁ ରେକଡ଼ କରାଯାଉ ଥିବା ନନ୍ଦନକାନନ ତରଫରୁ ସୂଚନା ଦିଆଯାଇଛି।
ସେହିଭଳି ଓରାଂଉଟାନ ଛୁଆମାନଙ୍କର ଶରୀର ଓଜନ ଓ ତାପମାତ୍ରାରେ ପରିବର୍ତ୍ତନ ଅସିଥିବା ରିପୋଟେ ଉଲ୍ଲେଖ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।